ଫୁଲୱାମା ସହିଦଙ୍କ ସ୍ମୃତିରେ ସହଦେବଖୁଣ୍ଟା ଉନ୍ନୟନ ପରିଷଦର କ୍ୟାଣ୍ଡେଲ ଶୋଭାଯାତ୍ରା
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ଭାରତର ଫୁଲୱାମାଠାରେ ଆତଙ୍କବାଦୀ ଆକ୍ରମରରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ସହଦେବଖୁଣ୍ଟା ଉନ୍ନୟନ ପରିଷଦ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବ୍ରଜେଶ୍ୱର ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ସହିଦମାନଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନିରବ ପ୍ରାର୍ଥନା କରଯାଇଥିଲା । ଏହି ଶୋଭାଯାତ୍ରାରେ କମିଟି ସଭାପତି ଅଶୋକ କୁମାର ପୁରୀ ଉଦ୍ବୋଧନ ଦେଇ ଦେଶର ସେବାରେ ଯବାନମାନଙ୍କର ବଳିଦାନ ଏକ ଦୁଃଖଦ ଅନୁଭୂତି ବୋଲି ବର୍ଣ୍ଣନା କରିଥିଲେ । କମିଟି ସଭ୍ୟ ଦୟାନିଧି ବିଶ୍ୱାଳ, ବସନ୍ତ ମହାପାତ୍ର, ଅଧ୍ୟାପକ ସୁଦର୍ଶନ ଦାସ, ଘନଶ୍ୟାମ ବେଜ୍, ପ୍ରୁଫ୍ ଏମ୍ଲୋଏଜ ୟୁନିୟନ ସଂପାଦକ ଆଲୋକ ଚନ୍ଦ୍ର ମହାନ୍ତି, ସମାଜସେବୀ ଓ ବରିଷ୍ଠ ଆଇନଜୀବୀ ମନୋଜ ନାୟକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । କମିଟିର ସଂପାଦକ ରବୀନ୍ଦ୍ର ସାହୁ, ଚନ୍ଦନ କୁମାର ଗିରି, ଜୀତେନ୍ଦ୍ର, ହେମନ୍ତ ମହାନ୍ତି, ସୁଶାନ୍ତ ମହାନ୍ତ, ପ୍ରତାପ ଚନ୍ଦ୍ର ମହାନ୍ତି, ଅଜୟ ସେଠୀ ଓ ଗୌରହରି ସେଠୀ ପ୍ରମୁଖ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।