ଫୁଲ ଚାଷ ବୁଲି ଦେଖିଲେ ୟୁଏନସିଡିଏଫ ର ୩ଜଣିଆ ଟିମ୍
ଛତ୍ରପୁର, (ଦେବଦତ୍ତ ମହାରଣା):ୟୁଏନସିଡିଏଫ (ମିଳିତ ରାଷ୍ଟ୍ର ଗୁଡିକର ପୁଞ୍ଜି ବିକାଶ ପାଣ୍ଠି ) ଏକ ତିନିଜଣିଆ ଟିମ୍ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଗସ୍ତ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ସାମଗ୍ରୀ ଓ ଫୁଲ ଚାଷ କ୍ଷେତ ବୁଲି ଦେଖିଛନ୍ତି । ବ୍ଲକ ଅଧୀନରେଥିବା ସୁନ୍ଦରପୁର ପଞ୍ଚାୟତର ବଳରାମ ଗ୍ରାମର କନକ ଦୂର୍ଗା ଉତ୍ପାଦକ ଗୋଷ୍ଠୀ ମାନଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଆଚାର ୟୁନିଟକୁ ବୁଲି ଏହି ଟିମ୍ ଦେଖିବା ସହ ଉତ୍ପାଦକ ଗୋଷ୍ଠୀ ମାଆ ମାନଙ୍କ ସହ ଆଲୋଚନା କରିଥିଲେ ।ସେହିପରି ଜଗନ୍ନାଥ ଏସଏଚଜି ପକ୍ଷରୁ ନଡିଆ କତା ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ହାତ ତିଆରୀ ସାମଗ୍ରୀ ଦେଖି ଖୁସି ଜାହିର କରିଥିଲେ । ପରେ ଏହି ଟିମ୍ ଭିକାରୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମ ନିକଟରେ ୫ଟି ଏସଏଚଜି ପକ୍ଷରୁ କରାଯାଇଥିବା ଅର୍କିଟ ସହ ବିଭିନ୍ନ ଫୁଲ ଚାଷ କ୍ଷେତ ପରିଦର୍ଶନ କରିଥିଲେ । ଏହି ଟିମ୍ ରେ ୟୁଏନସିଡିଏଫ କ୍ଷେତ୍ର ଅନୁସନ୍ଧାନ ଅଧିକାରୀ ପୁଷ୍ପା ପଟ୍ଟନାୟକ, ପ୍ରୋଗ୍ରାମ ବିଶେଷଜ୍ଞ ନେହା କୁମାର ଓ ଗ୍ଲୋବା ଲିଡ ଜସପ୍ରିତ ସିଂ ରହିଥିବା ବେଳେ ଛତ୍ରପୁର ବ୍ଲକର ଓଡିଶା ଜିବିକା ମିଶନ ର ପ୍ରକଲ୍ପ ସଂଯୋଜିକା ମାନିନୀ ଜେନା, ମିଶନ ଶକ୍ତିର ବ୍ଲକ ସଂଯୋଜକ ସନାତନ ସାହୁ, ଏସଡିସି ମାନସୀ ବେହେରାଙ୍କ ସମେତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ଥିଲେ ।