ଫେକ୍ ଆଇଡିରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଫେକ୍ ଆଇଡି ବ୍ୟବହାର କରି ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏ ନେଇ ହିଞ୍ଜିଳି ଥାନା କେସ ନଂ- ୨୫୦/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ । ସୂଚନା ପ୍ରକାରେ, ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ମନୋଜ କୁମାର ଜେନା କିଛି ଦିନ ପୂର୍ବେ ସେହି ଗ୍ରାମର ଜଣେ ଯୁବତୀଙ୍କୁ କଲେଜକୁ ପାଠ ପଢିବାକୁ ଯିବା ସମୟରେ ଅଶ୍ଳୀଳ ଆଚରଣ କରିବାରୁ ଘଟଣା ନେଇ ଯୁବତୀ ଜଣଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ । ଏଥିରେ ଯୁବତୀଙ୍କ ମା’ ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ଗାଁ ରାସ୍ତାରେ ଚାପୁଡା ମାରିଥିଲେ । ଯୁବକ ଜଣଙ୍କ ଚାପୁଡା ମାଡର ବଦଲା ନେବା ଉଦ୍ଧେଶ୍ୟରେ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଯୁବତୀଙ୍କ ନାମରେ ଏକ ଫେକ୍ ଆଇଡି ବ୍ୟବହାର କରି ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ କରିବା ସହ ଅଶ୍ଳୀଳ ମେସେଜ କରୁଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଘଟଣା ନେଇ ସଂପୃକ୍ତ ଯୁବକଙ୍କୁ ପଚାରିବାରୁ ଚାପୁଡା ମାଡର ବଦଲା ନେବା ସହ ଯୁବତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି କରୁଥିବା କହିଥିଲେ । ଘଟଣା ନେଇ ଥାନାରେ ଅଭିଯୋଗ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଯୁବକ ଜଣଙ୍କ ଧମକ ଦେଇଥିଲେ ।