ଫେବୃଆରୀ ୧ରେ ପଧାନପଡା ସମିତି ଆଗରେ ଗଣଧାରଣା ଓ ରାମଚନ୍ଦ୍ରପୁର ପଞ୍ଚାୟତ ଅଫିସ ଆଗରେ ଆମରଣ ଅନଶନ !

ବନ୍ତ,(ଚାନ୍ଦିନୀ ମହାନ୍ତି) : ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖା ଅଧିନ ପଧାନପଡା ସେବା ସମବାୟ ସମିତି ସମ୍ମୁଖରେ ଧାନକିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ କୃଷକ ସମନ୍ୱୟ ସମିତି ପକ୍ଷରୁ ଫେବୃଆରୀ ୧ରେ ଗଣଧାରଣା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ନିଳୋକରେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବାରେ ସମିତି ସଂପୂର୍ଣ୍ଣ ବିଫଳ ହୋଇଛି । ଧାର୍ଯ୍ୟ ତାରିଖରେ ଟୋକନ ଅନୁଯାୟୀ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉନାହିଁ । ଚାଷୀ ମାନେ ଦୀର୍ଘ ଦିନ ଅପେକ୍ଷା କରିବା ପରେ ମଧ୍ୟ ସମିତି ପକ୍ଷରୁ ସମସ୍ୟାର ସମାଧାନ କରାଯାଉନାହିଁ । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜାନୁଆରୀ ୩୧ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରାନଗଲେ ଫେବୃଅ।।ରୀ ୧ ଠାରୁ ସମିତି ଆଗରେ ଗଣଧାରଣା ଅନୁଷ୍ଠିତ ହେବ ବୋଲି କୃଷକ ସମନ୍ୱୟ ସମିତି, ବନ୍ତ ବ୍ଲକର ଆବାହକ ବାବାଜି ଚରଣ ଜେନା ସୂଚନା ଦେଇଛନ୍ତି । ସେହିପରି ବସନ୍ତିଆ ସେବା ସମବାୟ ସମିତି ଅଧିନ ରାମଚନ୍ଦ୍ରପୁର ଧାନ କ୍ରୟ ଉପକେନ୍ଦ୍ର କାର୍ଯ୍ୟକ୍ଷମ କରିବା ଦାବୀରେ ଫେବୃଆରୀ ୧ରୁ ରାମଚନ୍ଦ୍ରପୁର ପଞ୍ଚାୟତ ଅଫିସ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ରାମଚନ୍ଦ୍ରପୁର ପଞ୍ଚାୟତ କୃଷକ ସମନ୍ୱୟ ସମିତିର ଆବାହକ ଜୟନ୍ତ ଜେନା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ