ଫେବୃୟାରୀ ୨ରେ ହେବ ହିଞ୍ଜିଳିକାଟୁ ମହୋତ୍ସବ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଆସନ୍ତା ଫେବୃୟାରୀ ମାସ ୨ ତାରିଖରେ ହିଂଜିଳିକାଟୁ ମହୋତ୍ସବ ଆୟୋଜନ କରିବା ସକାଶେ ସ୍ଥିର କରାଯାଇଛି । ଏ ନେଇ ଶନିବାର ଅପରାହ୍ନରେ ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଫେବୃୟାରୀ ମାସ ୨ ତାରିଖରେ ଆୟୋଜନ କରାଯିବା ସକାଶେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପୂର୍ବ ବୈଠକରେ ହୋଇଥିବା ନିଷ୍ଫତିରେ ୪ ଦିନ ପାଇଁ ହିଞ୍ଜିଳିକାଟୁ ମହୋତ୍ସବ କାର୍ଯ୍ୟକ୍ରମ କରାଯିବା ଲାଗି ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଶନିବାର ବୈଠକରେ ଗୋଟିଏ ଦିନ ପାଇଁ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଲାଗି ନିଷ୍ପତି ଗ୍ରହଣ କରାଯାଇଥିଲା । ସ୍ଥାନୀୟ ଅଂଚଳର ଲେକକଳାକୁ ପ୍ରାଧାନ୍ୟ ଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଝୋଟି ଅଙ୍କନ ସହ ବହୁ କଳାକୃତି କାର୍ଯ୍ୟକ୍ରମ କରାଯିବା ସକାଶେ ସ୍ଥିର କରାଯାଇଥିଲା । । ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ତ୍ରିରଙ୍ଗା ସେବା ସଂଘ ସଭାପତି ରଂଜନ କୁମାର ସାହୁ, ମାନସ ବେହେରାଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।