ଫେବୃୟାରୀ ୭ ରୁ ଶାସଙ୍ଗରେ ବିଶ୍ୱଶାନ୍ତି ଯଜ୍ଞ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଶାସଙ୍ଗ ଶିଖରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ଫେବୃୟାରୀ ୭ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସଭାପତି ଦୁର୍ଯ୍ୟୋଧନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିମ୍ବାଧର ବିଶ୍ୱାଳ, ତପାଧନ ସ୍ୱାଇଁ, କିଶୋର ଆଚାର୍ଯ୍ୟ, ଶିଶିର କୁମାର ବିଶ୍ୱାଳ, ଅନାଦି ଚରଣ ରାଉତ, ମୋହନ ପାଢ଼ୀ, ଚକ୍ରଧର ସାହୁ, ରମାକାନ୍ତ ବିଶ୍ୱାଳ, କାହ୍ନୁ ଚରଣ ପାଢ଼ୀ, ପ୍ରାଣବଲ୍ଲବ ବିଶ୍ୱାଳ, ଅନାଦି ଚରଣ ବିଶ୍ୱାଳ, ବାଳକୃଷ୍ଣ ସ୍ୱାଇଁ, ବନ ବିହାରୀ ବେହେରା, ଶାନ୍ତନୁ ରାଉତ, ଖଗେଶ୍ୱର ବାରିକ, ପର୍ଶୁରାମ ନାୟକ, କୈଳାଶ ସୁବୁଦ୍ଧି, ଦୁର୍ଗା ସ୍ୱାଇଁ, ଜିତେନ୍ଦ୍ର ପାଢ଼ୀଙ୍କ ସମେତ ଗ୍ରାମବାସୀମାନେ ଯୋଗଦେଇ ଚଳିତବର୍ଷ ଏହି ଯଜ୍ଞକୁ ସରଶ ସୁନ୍ଦର କରିବା ଉପରେ ନିଷ୍ପତି ନେଇଥିଲେ । ୭ତାରିଖ ଦିନ ଶୁଭାଦିବାସ ଓ କଳଶ ଶୋଭାଯାତ୍ରା କରାଯିବା ସହିତ ୮ତାରିଖ ଦିନ ହୋମଯଜ୍ଞ ଓ ୯ତାରିଖରେ ପୁର୍ଣ୍ଣହୁତୀ ପ୍ରଦାନ କରାଯିବ । ସାଂସ୍କୃତିକ କାର୍ଯ୍ରକ୍ରମ ସ୍ୱରୁପ ଭଜନ ସନ୍ଧ୍ୟା ଓ ନାମ ସଙ୍କିର୍ତ୍ତନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ।


