ଫେରାଇଆଣନ୍ତୁ ନିଜ ଜୀବନସାଥୀଙ୍କୁ

ପ୍ରତି ମଣିଷକୁ ବଞ୍ଚିବା ପାଇଁ ହେଲେ ସାଥୀଟିଏ ନିହାତି ଦରକାର । ନିଜର ମନ କଥା ଏବଂ ସୁଖଦୁଃଖ ବାଣ୍ଟିବା ପାଇଁ ପ୍ରତି ମଣିଷ ସାଥୀ ଖୋଜିଥାଏ । କିନ୍ତୁ ଏକ ସମ୍ପର୍କରେ ବାନ୍ଧି ଦେବା ପରେ କିଛି ଲୋକ ସେହି ସମ୍ପର୍କକୁ ବାନ୍ଧି ରଖିପାରନ୍ତି ନାହିଁ । ଛୋଟ ଛୋଟ କଥାରୁ ଆରମ୍ଭ ହୋଇଥାଏ ଝଗଡ଼ା । ପରସ୍ପର ସାମ୍ନାରେ ମୁଣ୍ଡ ନୁଆଁଇବାକୁ ରାଜି ନ ହେବାରୁ ଭାଙ୍ଗିଯାଏ ଦୀର୍ଘ ଦିନର ସମ୍ପର୍କ । ଯଦି ଆପଣଙ୍କ ସହ ଏଭଳି କିଛି ଘଟିଛି ବା ଆପଣଙ୍କ ହୃଦୟର ମଣିଷ ଆପଣଙ୍କଠାରୁ କୌଣସି କାରଣରୁ ଦୂରେଇ ଯାଇଛନ୍ତି ତେବେ କିଛି ଚିନ୍ତା ନ କରି ତାଙ୍କୁ ଫେରାଇ ଆଣିବାକୁ ପ୍ରୟାସରେ ଲାଗି ପଡନ୍ତୁ । ଆଜି ଆମେ ଆପଣଙ୍କୁ ୭ଟି ଟିପ୍ସ ଜଣାଇବୁ ଯାହା ମାଧ୍ୟମରେ ଆପଣ ଆପଣଙ୍କ ସାଥୀକୁ ଫେରାଇ ଆଣିପାରିବେ ।
ନିଜ ଭୁଲକୁ ସ୍ୱୀକାର କରନ୍ତୁ: ଆପଣଙ୍କ ସାଥୀ ଆପଣଙ୍କୁ କ୍ଷମା କରୁ ବୋଲି କହିବା ପୂର୍ବରୁ ଆପଣ ପ୍ରଥମେ ନିଜ ଭୁଲକୁ ସ୍ୱୀକାର କରନ୍ତୁ । ଆପଣ ଆପଣଙ୍କ ଭୁଲକୁ ହୃଦୟରୁ ମାନିବା ସହ ଭବିଷ୍ୟତରେ ଯେପରି ଏଭଳି ଭୁଲ କରିବେନି ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ନିଜର ମନ କଥା ତାଙ୍କୁ ଶୁଣାଇବା ପାଇଁ ତାଙ୍କୁ ରାଜି କରାନ୍ତୁ: ବ୍ରେକଅପ ପରେ ଆପଣଙ୍କ ପ୍ରେମିକା ବା ପ୍ରେମିକ ନିହାତି ଭାବରେ ଆପଣଙ୍କୁ ଦେଖା କରିବାକୁ ଚାହିଁବ ନାହିଁ । ତା’ ସତ୍ତେ୍ୱ ମଧ୍ୟ ଆପଣ ତାଙ୍କୁ ଦେଖା କରାଇବା ପାଇଁ ରାଜି କରାଇବା ସହ ନିଜର ଭୁଲ ପାଇଁ କ୍ଷମା ମାଗି ନିଅନ୍ତୁ ।
ନିଜର ଭୁଲକୁ ଠିକ୍ ଦର୍ଶାଇବାକୁ ଚେଷ୍ଟା କରନ୍ତୁ ନାହିଁ: ବେଳେବେଳେ କିଛି ଲୋକ କ୍ଷମା ମାଗିବା ସମୟରେ କରିଥିବା ଭୁଲକୁ ଠିକ୍ ଦର୍ଶାଇବାକୁ ଚେଷ୍ଟା କରିଥାନ୍ତି । ଏପରି କରିବା ଦ୍ୱାରା ଆପଣ ନିଜର ଭୁଲ ମନରୁ ନ ମାନି କେବଳ ଉପର ମନରେ କହୁଛନ୍ତି ବୋଲି ଆପଣଙ୍କ ସାଥୀ ମାନିନେବେ । ଯାହା ଫଳରେ କି ଆପଣଙ୍କ ସମ୍ପର୍କ ସୁଧୁରିବା ପରିବର୍ତ୍ତେ ବିଗିଡ଼ି ଯାଇପାରେ ।
ତାଙ୍କ ପାଇଁ ଆପଣଙ୍କ ମନରେ ପୂର୍ବ ଭଳି ଭଲ ପାଇବା ଅଛିେ ବାଲି ଜଣାନ୍ତୁ: ଆପଣଙ୍କ ସାଥୀ ଜାଣିବା ଦରକାର ଆପଣ ତାଙ୍କୁ ଭୁଲ ମାଗିବା ସହ ନିଜ ଜୀବନକୁ ପୁଣି ଥରେ ଆଣିବାକୁ ଚାହୁଁଛନ୍ତି । ଏବେ ବି ଆପଣଙ୍କ ମନରେ ତାଙ୍କ ପ୍ରତି ଭଲପାଇବା ଅଛି ।
ତାଙ୍କ ବିଶ୍ୱାସ ପୁଣି ଥରେ ଜିତିବାକୁ ଚେଷ୍ଟା କରନ୍ତୁ: ଏହା କଠିନ ହୋଇଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ଥରେ ଭରସା ଭାଙ୍ଗିଗଲେ ଆଉ ତାହା ପୁଣି ଥରେ ଯୋଡ଼ି ହୋଇପାରେନା । କିନ୍ତୁ ଆପଣଙ୍କୁ ହାର ନମାନି ଚେଷ୍ଟା କରିବା ଦରକାର । ଯେଉଁ ସବୁ ଜିନିଷ ଆପଣଙ୍କ ଜୀବନ ସାଥୀଙ୍କୁ ଭଲ ଲାଗେ ନାହିଁ ସେହି ଅଭ୍ୟାସକୁ ଛାଡ଼ିଦିଅନ୍ତୁ ।
ସାଥୀରେ ବିତାଇବା ମୂହୂର୍ତ୍ତ ସବୁ ତାଙ୍କୁ ମନେ ପକାନ୍ତୁ: ବେଳେ ବେଳେ ପୁରୁଣା କଥା ମନେ ପକାଇଲେ ସେହି ସବୁ ମୁହୂର୍ତ୍ତ ପୁଣି ଥରେ ବଞ୍ଚିବାକୁ ଇଚ୍ଛା ହୋେଇଥାଏ । ସେହି ମୁହୂର୍ତ୍ତକୁ ପୁଣି ଥରେ ମନେ ପକାନ୍ତୁ ।
ତାଙ୍କ ଦୃଷ୍ଟିକୋଣରୁ ଭାବନ୍ତୁ: ବେଳେ ବେଳେ ଆପଣ ଆପଣଙ୍କ ଭୁଲ ପାଇଁ କ୍ଷମା ମାଗିବା ପରେ ଆପଣଙ୍କ ଜୀବନସାଥୀ କ୍ଷମା କରିବା ପାଇଁ ରାଜି ହୋଇନଥାନ୍ତି । ସେ ସମୟରେ ଦୁଃଖୀ ନ ହୋଇ ତାଙ୍କ ଦୃଷ୍ଟି କୋଣରୁ ତାଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଦୃଷ୍ଟିକୋଣରୁ ଆପଣଙ୍କ ଭୁଲ କ୍ଷମଣୀୟ ଲାଗୁଥିଲେ ମଧ୍ୟ ହୁଏତ ଆପଣଙ୍କ ଜୀବନସାଥୀ ପାଇଁ ଏହା କ୍ଷମଣୀୟ ହୋଇନଥାଇପାରେ । ତାଙ୍କୁ ଏ ସବୁ ଜିନିଷକୁ ବୁଝିବା ପାଇଁ କିଛି ସମୟ ଦିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ