ଫେରାର୍ ଆସାମୀକୁ ଧରିଲା ବାଲିକୁଦା ପୋଲିସ
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବାଲିକୁଦା ପୁଲିସ ଜଣେ ଫେରାର ବ୍ୟକ୍ତିକୁ ଗିରଫ କରିଛି । ଖବର ନେବାରୁ ଜଣାଯାଏ ମାଛଗାଁ ପଞ୍ଚାୟତ ଓଚିନ୍ଦା ଗ୍ରାମର ସମୀର ନାୟକ କିଛିଦିନ ତଳେ ସେହି ଗ୍ରାମର ଦୁଇଜଣ ମହିଳାଙ୍କୁ ଆକ୍ରମଣ କରିଥିଲେ । ୧୬୫୵୨୨ରେ ଏକ ମାମଲା ରୁଜୁ କରି ବାଲିକୁଦା ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପମୀର ଫେରାର ହୋଇଯାଇ ଥିଲା। ବାଲିକୁଦା ସମୀରକୁ ଧରିବା ପାଇଁ ଜାଲ ବିଛାଇ ଥିଲା । ଆଜି ଖବର ପାଇ ବାଲିକୁଦା ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଏସ୍ ଆଇ ବିବେକାନନ୍ଦ ସାହୁଙ୍କୁ ପଠାଇ ଅଳକା ନଦୀ କୂଳରେ ସମୀରକୁ ଗିରଫ କରିଥିଲେ । ବାଲିକୁଦା ପୋଲିସଙ୍କ ଏପରି କାର୍ଯ୍ୟକୁ ସବୁମହଲରେ ସ୍ୱାଗତ କରାଯାଉଛି ।