ଫେରୁଛନ୍ତି ପ୍ରବାସୀ : ଅଂଚଳବାସୀ ଭୟଭୀତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଦେଶରୁ ଆସି ପୂର୍ବ ଭାଇରସ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାରାତ୍ମକ ଭାଇରସ ଆମ ଦେଶରେ ପ୍ରବେଶ କରିସାରିଛି । ମହାରାଷ୍ଟ୍ର, ପଞ୍ଜାବ, କେରଳରେ ଏହି ଭାଇରସ ତାହାର ପ୍ରଭାବ ଦେଖାଇବା ପରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ଼ ଗାଇଡ଼ ଲାଇନ ପ୍ରସ୍ତୁତ କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଥିବାର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଗତବର୍ଷ ଗଞ୍ଜାମ ଜିଲ୍ଲା ଏକଦା ଗ୍ରୀନ ଜୋନ ରହିଥିବା ବେଳେ ପ୍ରବସେୀଙ୍କ ଫେରନ୍ତା ପରେ ରେଡ଼ଜୋନରେ ପରିଣତ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପିଏସଓ ଜାରି କରାଯିବା ସହ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱର ଜନସାଧାରଣ ଚିନ୍ତିତ । ଭାରତ ସମେତ ଏହାର ଅନେକ ରାଜ୍ୟରେ ଏହି ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଏହାର ଭୟାବହତାକୁ ଦେଖି ଅଂଚଳବାସୀ ଭୟଭୀତ ଅଛନ୍ତି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ନେଇ ଅଂଚଳବାସୀ ଛାନିଆ ହେବାରେ ଲାଗିଛନ୍ତି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ସହସ୍ରାଧିକ ବ୍ୟକ୍ତି ଦାଦନ ଖଟିବା ସକାଶେ କେରଳ, ତାମିଲନାଡ଼ୁ, ଗୁଜୁରାଟ ଓ ମହାରାଷ୍ଟ୍ର ରାଜ୍ୟକୁ ଯାଉଛନ୍ତି । ବର୍ଷକରେ ଥରେ ପ୍ରାୟତଃ ଚୈତ୍ର ମାସରେ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତି ମାନେ ଗାଁ କୁ ଫେରିଥାନ୍ତି । କାହିଁକି ନା ଚୈତ୍ର ମାସରେ ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ମାନସିକ ଧାରୀ ଦଣ୍ଡଭୁକ୍ତା ମାନେ ଦଣ୍ଡଯାତ୍ରାରେ ନିଜକୁ ସାମିଲ କରିବା ସକାଶେ ଏହି ମାସରେ ରାଜ୍ୟ ବାହାରୁ ଗାଁ କୁ ଫେରିଥାନ୍ତି । ବର୍ତମାନ ସାରା ଦେଶ କରୋନାରେ ପ୍ରଭାବିତ । ଏହାର ଭୟରେ ମଧ୍ୟ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତି ଗାଁ ମୁହାଁ ହେବାରେ ଲାଗିଛନ୍ତି । ଅଧିକରୁ ଅଧିକ କେରଳ, ତାମିଲନାଡ଼ୁ ଓ ଗୁଜୁରାଟରେ କାମ କରୁଥିବାବେଳେ ବର୍ତମାନ ଘର ବାହୁଡ଼ା । ବର୍ତମାନ ଏହି ଭାଇରସ୍ ଅଧିକ କେରଳ ଓ ମହାରାଷ୍ଟ୍ରରୁ ମିଳୁଥିବା ବେଳେ ଏମାନଙ୍କ ଘର ବାହୁଡ଼ା ଦେଖି ସମସ୍ତେ ଛାନିଆ ହୋଇ ପଡ଼ିଛନ୍ତି । ଶୁକ୍ରବାର ଭୋରରୁ ସୁରତରୁ ଆସି ବ୍ରହ୍ମପୁରରେ ପଂହଚିବା ପରେ ପ୍ରାୟ ୩୦ରୁ ଅଧିକ ପ୍ରବାସୀ ୫ଟି ଯାତ୍ରୀବାହୀ ଅଟୋ ଯୋଗେ ନିଜ ଭିଟାମାଟିକୁ ଫେରୁଥିଲେ । ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ଓହ୍ଲାଇ ରାସ୍ତା କଡ଼ରେ ବ୍ରସ କରିବା ସହ ଚାହା ଜଳଖିଆ କରିଥିଲେ । ଏହାକୁ ଦେଖି ଅଂଚଳବାସୀ ଭୟଭୀତ ହେବା ସହ କରୋନା ସଂକ୍ରମଣ ବାହାକ ଫେରି ଆସିଲେ ବୋଲି କିଛି ଲୋକେ ଟାହିଟାପରା କରିଥିଲେ । ଖବର ପାଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଘଟଣା ସ୍ଥଳରେ ପଂହଚି ପ୍ରବାସୀଙ୍କ ଠିକଣା ଓ କେଉଁ ଅଂଚଳରୁ ଆସିଲେ ପଚାରି ବୁଝିବା ସହ ନିଜ ନିଜ ଭିଟାମାଟିକୁ ଫେରିବା ବ୍ରବସ୍ଥା କରିଥିଲେ । ପରେ ସଂପୃକ୍ତ ଅଂଚଳକୁ ପୌର ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯିବା ସହ ନିକଟସ୍ଥ ଅଂଚଳର ବ୍ୟବସାୟୀ ମାନଙ୍କୁ ସଚେତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ