ଫେରୁଛନ୍ତି ଶିଳ୍ପା
ମୁମ୍ବାଇ : ଲମ୍ବା ବ୍ୟବଧାନ ପରେ ଫେରିବାକୁ ଯାଉଛନ୍ତି ଶିଳ୍ପା ସେଟ୍ଟୀ । ଆସନ୍ତା ବର୍ଷ ତାଙ୍କର ଦୁଇ ଦୁଇଟି ଫିଲ୍ମ ମୁକ୍ତିଲାଭ କରିବ । ପ୍ରଥମ ‘ନିକମ୍ମା’ ଏବଂ ତାହା ପରେ ‘ହଙ୍ଗାମା ୨’ । ୨୦୦୭ରେ ଶିଳ୍ପା ଶେଷ ଥର ପାଇଁ ଦୁଇଟି ଫିଲ୍ମ ‘ଲାଇଫ ଇନ ଦ ମେଟ୍ରୋ’ ଓ ‘ଅପନେ’ ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲେ । ଦୁଇଟିଯାକ ଫ୍ଲପ ହୋଇଥିଲା । ପର ବର୍ଷ ‘ଦୋସ୍ତାନା’ରେ ଏକ ନୃତ୍ୟ ଦୃଶ୍ୟରେ ଅତିଥି କଳାକାର ଭାବେ ବାହାରିଥିଲେ । ଶେଷ ଥର ପାଇଁ ୨୦୧୪ରେ ଏକ ଆଇଟମ ନମ୍ବର ପରିବେଷଣ କରିଥିଲେ ‘ଢ଼ିଶ୍କିୟାଉଁ’ରେ । ତେଣୁ ପ୍ରାୟ ୬ ବର୍ଷ ପରେ ଦର୍ଶକେ ତାଙ୍କୁ ରୂପେଲି ପରଦାରେ ଦେଖିବେ । ନିର୍ମାତା -ନିର୍ଦ୍ଦେଶକ ପ୍ରିୟଦର୍ଶନ ଷୋହଳ ବର୍ଷ ତଳେ ହାସ୍ୟରସାତ୍ମକ ଚଳଚ୍ଚିତ୍ର ‘ହଙ୍ଗାମା’ ତିଆରି କରିଥିଲେ । ‘ହଙ୍ଗାମା-୨’ ତାହାର ସିକ୍ୱେଲ । ଏଥିରେ ଶିଳ୍ପାଙ୍କ ସହ ଅଭିନୟ କରୁଛନ୍ତି ପରେଶ ରାୱଲ, ମିଜାନ ଜାଫେରୀ ଓ ନବାଗତା ପ୍ରଣିତା ସୁଭାଷ ।


