ଫେଲ ମାରିଲା ଇସ୍ରୋର EOS-3 ଉତକ୍ଷେପଣ

ନୂଆଦିଲ୍ଲୀ: (ୱାଇଏନ୍‌ଏସ୍‌): ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ISRO ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-3 ଉତକ୍ଷେପଣ ଫେଲ ମାରିଛି। ଉତକ୍ଷେପଣ ହେବାର କିଛି ସମୟ ପୂର୍ବରୁ ଏହି ମିଶନ ଫେଲ ମାରିଛି। ରକେଟର କ୍ରାୟୋଜେନିକ୍ ଇଂଜିନରେ କେତେକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ମିଶନ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ବୋଲି ଘୋଷଣା କରାଯାଇଛି। 51.70 ମିଟର ଲମ୍ବା ରକେଟ୍ GSLV0F10 / EOS-3 ଅବଗଣନା ଶେଷ ପରେ ସଫଳତାର ସହିତ 05.43 ରେ ଲଞ୍ଚ କରାଯାଇଥିଲା। ସାଧାରଣତଃ ଲିଫ୍ଟ-ଅଫ୍ ପୂର୍ବରୁ, ଲଞ୍ଚ୍ ପ୍ରାଧିକରଣ ବୋର୍ଡ ଲିଫ୍ଟ-ଅଫ୍ ପାଇଁ ଡେକ୍ ସଫା କରିଥାଏ। ଯୋଜନା ଅନୁଯାୟୀ ତାହା ମଧ୍ୟ ଶେଷ ହୋଇଥିଲା। ରକେଟ ଉତକ୍ଷେପଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସବୁକିଛି ସ୍ୱାଭାବିକ ଥିଲା। ହେଲେ ହଠାତ କିଛି ମିନିଟ୍ ପରେ ସେଥିରେ ସମସ୍ୟା ଦେଖାଦେଲା। ଫଳରେ ବୈଜ୍ଞାନିକମାନେ ନିଜ ମଧ୍ୟରେ ଆଲୋଚନା କଲେ। ଏହା ପରେ ମିଶନ୍ କଣ୍ଟ୍ରୋଲ୍ ସେଣ୍ଟରରେ ରେଞ୍ଜ୍ ଅପରେସନ୍ସ ନିର୍ଦ୍ଦେଶକ ଏହି ଉତକ୍ଷେପଣ କରାଯିବ ନାହିଁ ବୋଲି ଘୋଷଣା କରାଗଲା। କେତେକ ସମସ୍ୟା ଯୋଗୁଁ ମିଶନ ସମ୍ପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇପାରି ନାହିଁ ବୋଲି ଘୋଷଣା କରାଗଲା। ISRO ର ଅଫିସିଆଲ୍ ଟ୍ୱିଟ୍ କରି କହିଛି ଯେ GSLV-F10 ଲଞ୍ଚ ଆଜି ନିର୍ଦ୍ଧାରିତ ଭାରତୀୟ ସମୟ 05 ଟା 43 ମିନଟରେ ହୋଇଥିଲା। । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ପ୍ରଦର୍ଶନ ସ୍ୱାଭାବିକ ଥିଲା । ହେଲେ କେତେକ ବୈଷୟିକ ଅସାମଞ୍ଜସ୍ୟ କାରଣରୁ କ୍ରିଏଜେନିକ୍ ଉପର ଷ୍ଟେଜ୍ କାର୍ଯ୍ୟକ୍ଷମ ହେଲା ନାହିଁ। ଉଦ୍ଦେଶ୍ୟ ଅନୁଯାୟୀ ଏହି ମିଶନ ପୂରଣ ହୋଇପାରିବ ନାହିଁ। ଏହି ଉପଗ୍ରହର ନାମ ହେଉଛି ପୃଥିବୀ ଅବଜରଭେସନ୍ ସାଟେଲାଇଟ୍ ବା EOS। ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହା ଏକ ବୃହତ ଅଞ୍ଚଳର ରିଅଲ୍ ଟାଇମ୍ ଚିତ୍ର ପ୍ରତି ମୂହୁର୍ତ୍ତରେ ପଠାଇପାରିବ। ଏପରିକି କୌଣସି ଏକ ସ୍ଥାନ ସଂପର୍କରେ ଗଭୀରଭାବେ ଶୀଘ୍ର ମନିଟରିଂ କରିବାରେ ସାହାଯ୍ୟ କରିପାରିବ ।ସେହିପରି ପ୍ରାକୃତିକ ବିପର୍ଯ୍ୟୟ ତଥା ଯେକୈଣସି ଦୁର୍ଘଟଣା ସଂପର୍କରେ ସାଟାଲାଇଟ ତଥ୍ୟ ଜାଣିବାରେ ଏହି ଉପଗ୍ରହ ସାହାର୍ଯ୍ୟ କରିପାରିଥାଆନ୍ତା। ଏହି ଉପଗ୍ରହକୁ କୃଷି, ବନ ବିଭାଗ, ଜଳଉତ୍ସ ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ତେବେ ସବୁଠାରୁ ବଡ କଥା ଥିଲା ଏହି ସାଟାଲାଇଟ ମାଧ୍ୟମରେ ବିପର୍ଯ୍ୟୟ ଚେତାବନୀ, ସାଇକ୍ଲୋଥନ୍ ମନିଟରିଂ, କିମ୍ବା ବଜ୍ରପାତର ଆଗୁଆ ସୂଚନା ହାସଲ ହୋଇପାରି ଥାଆନ୍ତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ