ଫେସବୁକ୍ ନ ଛାଡ଼ିଲେ ଚାକିରି ଛାଡ଼

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶକୁ ବିରୋଧ କରି ସାମାଜିକ ଗଣମାଧ୍ୟମ ଫେସବୁକ ବ୍ୟବହାର କରିବା ଲାଗି ଅନୁମତି ଦେବାକୁ ଅଦାଲତରେ ପହଞ୍ଚିଥିବା ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଅତ୍ୟନ୍ତ କଠୋର ବାଣୀ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ, ଯଦି ଆପଣଙ୍କୁ ଫେସବୁକ ବେଶୀ ପସନ୍ଦ ତେବେ ଆପଣ ଚାକିରି ଛାଡ଼ି ଦିଅନ୍ତୁ । ଅଫିସର ଜଣକ ଅଦାଲତରେ ଫେସବୁକ ଡାଟା ନ ଉଡ଼ାଇବା ପାଇଁ ଆବେଦନ କରିଥିଲେ ଓ ଫେସବୁକ ଡାଟା ଉଡ଼ାଇ ଦେଲେ ସମସ୍ତ ବନ୍ଧୁମାନଙ୍କ ସମ୍ପର୍କ ହରାଇବେ ବୋଲି ଯୁକ୍ତି ବାଢ଼ିଥିଲେ । ଭାରତୀୟ ଯବାନଙ୍କୁ ସୋସିଆଲ ମିଡିଆ ସହ ୮୯ଟି ଆପକୁ ମୋବାଇଲରୁ ହଟାଇ ଦେବା (ଅନଇନଷ୍ଟାଲ) କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବିରୋଧରେ ସାମରିକ ଅଧିକାରୀ ଲେଫ୍ଟନାଣ୍ଟ କର୍ନେଲ ପି.କେ ଚୌଧୁରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୧ ତାରିଖରେ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ