ଫୋଟ ଏଡିଟିଂ କରି ସୋସିଆଲ ମିଡ଼ିଆ ରେ ପଠାଉ ଥିବା ରଙ୍ଗିଲା ଟୋକା ଗିରଫ

ଖଲ୍ଲିକୋଟ, (ରାଜୀବ କୁମାର ଖାଡଙ୍ଗା):ଝିଅ ମାନଙ୍କ ଫୋଟ ଏଡିଟିଂ କରି ସୋସିଆଲ ମିଡ଼ିଆ ରେ ପଠାଉଥିବା ରଙ୍ଗିଲା ଟୋକା ପୋଲିସ ଦ୍ବାରା ଗିରଫ ହୋଇଛି ।ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ଶିରେଇପୁର ଗ୍ରାମର ମନୋଜ ବାରିକ ନାମକ ଜଣେ ଯୁବକ ଯୁବତୀ ମାନଙ୍କ ଫୋଟ ଏଡିଟିଂ କରି ସୋସିଆଲ ମିଡ଼ିଆ ରେ ପଠାଉଥିଲା ।ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ପଂଚାୟତ ର ଜଣେ ନାବାଳିକା ଙ୍କ ଫୋଟ କୁ ଏଡିଟିଂ କରି ଫେସବୁକ, ହ୍ଵାଟ୍ସଆପ ଭଳି ବିଭିନ୍ନ ସୋସିଆଲ ମିଡ଼ିଆ ରେ ପଠାଇ ଥିଲା ।ଏ ସମ୍ପର୍କରେ ସମ୍ପୃକ୍ତ ନାବାଳିକା ଙ୍କ ଅଭିଯୋଗ କୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୧୭୮/୦୭.୦୪.୨୦୨୧ ପୋକ୍ସ ଆକ୍ଟରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମନୋଜ ବାରିକ କୁ ଗିରଫ କରି ଜେଲ ହାଜତକୁ ପଠାଇଥିଲେ ପୋଲିସ ।କିଛି ଦିନ ପରେ ଜେଲ ରୁ ଜାମିନ ରେ ଆସି ପୁନର୍ବାର ଉକ୍ତ ନାବାଳିକା ର ଫୋଟ କୁ ଏଡିଟିଂ କରି ସୋସିଆଲ ମିଡ଼ିଆ ରେ ପଠାଇ ଥିଲା ।ପୁଣି ନାବାଳିକା ର ଅଭିଯୋଗ କ୍ରମେ ଥାନା କେସ ନମ୍ବର ୬୩୩/୧୭.୧୦.୨୦୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା ।ସେବେ ଠାରୁ ମନୋଜ ଫେରାର ଥିଲା ।ବର୍ତ୍ତମାନ ପୁଣି ଥରେ ମନୋଜ ଉକ୍ତ ନାବାଳିକା ର ମାଆ ଙ୍କ ଫୋଟ କୁ ଏଡିଟିଂ କରି ଭାଇରାଲ କରିବା ପରେ ଥାନା କେସ ନମ୍ବର ୪୮୭/୦୨.୦୯.୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରି ରଖିଥିଲା ପୋଲିସ ।ପୁଣି ନାବାଳିକା ର ମାମୁଁଙ୍କ ଫୋଟ କୁ ଏଡିଟିଂ କରି ଅନ୍ୟ ଝିଅ ମାନଙ୍କ ସହ ଯୋଡ଼ି ଭାଇରାଲ କରିବା ଅଭିଯୋଗରେ ଥାନା କେସ ନମ୍ବର ୪୮୮/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରିଥିଲେ ପୋଲିସ ।ଆଜି ଉକ୍ତ ଯୁବକ ମନୋଜ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ ।ତେବେ କେସ ନମ୍ବର ୪୮୭/୨୦୨୨ ରେ ମନୋଜ କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାମଲା ଗୁଡିକ ରେ ଜେରା କରିବା ପାଇଁ ପୋକ୍ସ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରାଯାଇଛି ବୋଲି ଥାନା ଏସ ଆଇ ଅମ୍ବିକା ବେଣିଆ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ