ଫୋଟ ଷ୍ଟୁଡିଓରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରେ ଥିବା ଭଞ୍ଜନଗର ସର୍ବସାଧାରଣ ଖବରକାଗଜର ସାମ୍ବାଦିକ ଜୟ କୃଷ୍ଣ ପଟ୍ଟନାୟକଙ୍କ ଜେ କେ ଫୋଟୋ ଷ୍ଟଡିଓରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଯାଇଛି । ଲୁଟେରାମାନେ ଷ୍ଟୁଡିଓରୁ ଏକ କ୍ୟାମେରା, ମନିଟର, ପ୍ରିଣ୍ଟର ଓ ନଗଦ ୧୨ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଚୋରି ଖବର ସକାଳୁ ଜେ କେ ପଟ୍ଟନାୟକ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ ଏବଂ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ