ଫୋନି ପାଇଁ ବାତିଲ ହେଲା ୭୪ଟି ଟ୍ରେନ୍
ଓଡିଶା ରେ ଭୟଙ୍କର ରୂପ ନେଉଛି ଫୋନି । ଏହାକୁ ନେଇ ବିଭିନ୍ନ ଜିଲ୍ସା ରେ ରାଜ୍ୟ ସରକାର ହାଇଆଲର୍ଟ ଜାରି କରିଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ୭୪ଟି ଟ୍ରେନ ବାତିଲ କରାଯାଇଛି ।ଆସନ୍ତାକାଲି ସନ୍ଧ୍ୟାରୁ ଭୁବନେଶ୍ୱର ଓ ପୁରୀକୁ ଆସିବନି କୌଣସି ଟ୍ରେନ । ଯାତ୍ରୀଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ପୂର୍ବତନ ରେଳବାଇ । ପ୍ରଥମ ପର୍ୟ୍ୟାୟରେ ୭୪ଟି ଟ୍ରେନ ବାତିଲ କରାଯାଇଛି । ଆସନ୍ତାକାଲି ଠାରୁ ଭଦ୍ରକରୁ ବିଜୟନଗରମକୁ ଯାତାୟତ କରୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ସେହିଭଳି ଆସନ୍ତାକାଲି ସନ୍ଧ୍ୟାରୁ ଭୁବନେଶ୍ୱର ଓ ପୁରୀକୁ କୌଣସି ଟ୍ରେନ ଆସିବନି । ହାୱାଡାରୁ ଆସୁଥିବା ଇଷ୍ଟକୋଷ୍ଟ ଏକ୍ସପ୍ରେସ ଓ କରମଣ୍ଡଳ ଏକ୍ସପ୍ରେସକୁ ଆସନ୍ତାକାଲି ଠାରୁ ବାତିଲ କରାଯାଇଛି । ହାୱାଡାରୁ ବାଙ୍ଗାଲୋର, ଚେନ୍ନାଇ, ଓ ସିକନ୍ଦରାବାଦ ଯାଉଥିବା ସମସ୍ତ ଟ୍ରେନ ଚଳାଚଳକୁ ଆସନ୍ତାକାଲି ସନ୍ଧ୍ୟା ଠାରୁ ବାତିଲ କରାଯିବ । ସେହିଭଳି ମେ ୩ରେ ପୁରୀ ଓ ଭୁବନେଶ୍ୱରରୁ ବାହାରୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି ।