ଫୋନି ପାଇଁ ସହାୟତାର ହାତ ବଢାଇଲା ଆନନ୍ଦମାର୍ଗ ୟୁନିଭର୍ସାଲ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଫୋନୀ ପ୍ରଭାବରେ ଜିଲ୍ଳାର ମେରୁଦଣ୍ଡକୁ ଦୋହଲାଇଦେଇଥିବା ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବ୍ରହ୍ମଗିରି ,ସାତପଡା ,କୋଣାର୍କ ଓ ବ୍ଲକରେ ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ ଟିମ (ଆମର୍ଟ ଗ୍ଲୋବାଲ ) ବିଭିନ୍ନ ପ୍ରଭାବିତ ଅଂଚଳର ୩୪ ଟି ଗ୍ରାମ ବୁଲି ରିଲିଫ ସାମଗ୍ରୀ ବଣ୍ଟନ କରିବା ସମେତ ଫୋନିରେ ପଡିଥିବା ଗଛ ଗୁଡିକୁ ରାସ୍ତାରୁ ସଫା କରଛନ୍ତି । ଏହି ସେବା ଗତ ପାଞ୍ଚ ତାରିଖ ଠାରୁ ଆରମ୍ଭ ସଂଗଠନ ତରଫରୁ କରାଯାଇଛି । ଏଥିରେ ୪୦ ରୁ ଉଦ୍ଧ୍ୱର୍ ସ୍ୱେଛାସେବୀ ସାମିଲ ହୋଇଥିବା ବେଳେ ସ୍ଥାନୀୟ ଜନତା ଙ୍କ ସହଯୋଗରେ ରିଲିଫ ବଣ୍ଟନ କରାଯାଇଛି । ରିଲିଫ ଗ୍ରାମ ଗୁଡିକ ମଧ୍ୟରେ ରହିଛି କୃର୍ଷ୍ଣ ପ୍ରସାଦ ବ୍ଲକର ସାତପଡା ,ସିପକୁଦା ,ଗୁପ୍ତଗିରି ,ଜଗନ୍ନାଥପୁର ,ବ୍ରହ୍ମଗିରି ବ୍ଲକର ରେବଡା ,ନୂଆର୍ଗାଁ ,ଆଲିଆପଟୁ ଭଳି ବହୁ ଗ୍ରାମ ସହ ଗୋପ ବ୍ଲକର କୋଣାର୍କ ,ଅଚ୍ୟୁତପୁର ,ବିରିପଡା ଆଦି ବିଭିନ୍ନ ସ୍ଥାନରେ ପହଞ୍ଚି ସହଯୋଗର ହାତ ବଢାଇଥିଲେ । ଏହା ସହ ୪ ଟି କ୍ୟାମ୍ପରେ ପାନୀୟ ଜଳ ଯୋଗାଣ ,ଶୁଖିଲାରଖାଦ୍ୟ ,ବିସ୍କୁଲ ,ତାର୍ପୋଲିନ ,ଟର୍ଚ୍ଚଲାଇଟ, ଛତୁୃଆ ,ଚୁଡା ,ଗୁଡ ଆଦି ବଣ୍ଟନ କରାଯାଇଛି । ଏହି ସମାଜସେବା କାର୍ଯ୍ୟରେ ଗ୍ଲୋବାଲ ଜାତୀୟ ସଂପାଦକ ଆଚାର୍ଯ୍ୟ ,ଅବନିନ୍ଦ୍ରାନନ୍ଦ,ରାଜ୍ୟ ସଂଯୋଂଜକ ଆଚାର୍ଯ୍ୟ ଜୟଶିବାନନ୍ଦ,ଭୁବନେଶ୍ୱର ଆଞ୍ଚଳିକ ପ୍ରମୁଖ ପ୍ରଭଦାନନ୍ଦ , କୋଣାର୍କ ଆଂଚଳିକ ପ୍ରତିନିଧି ଆଚାର୍ଯ୍ୟ ବିମୁକ୍ତାନନ୍ଦ, ରବି ରାଉତରାୟ , ଗୈ÷ାରୀ ମହାନ୍ତି , ଭାରତ ଭୂଷଣ ଚୈାଧୁରୀ , ପ୍ରମୁଖ ସହଯୋଗ କରିଥିଲେ ।