ଫୋନି ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କଲେ କେନ୍ଦ୍ରିୟ ଟିମ
ଫୋନି ବାତ୍ୟା ପ୍ରଭାବିତ ଅଂଚଳ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ ଓଡ଼ିଶାରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ପାନୀୟ ଜଳ ଏବଂ ପରିମଳ ବିଭାଗ ନିର୍ଦ୍ହେଶ୍ୱକ ଅଜୟ କୁମାର ଙ୍କ ନେତୃତ୍ୱରେ ୬ ଜଣିଆ ପ୍ରତିନିଧି ଦଳ ଖୋର୍ଧା ଜିଲ୍ଲାର ଜଟଣୀ ପୋୖରାଞ୍ଚଳ, ଜଟଣୀ ବ୍ଲକ, ଖୋରଧା ବ୍ଲକ, ଏବଂ ପୋୖରାଞ୍ଚଳ ର କିଛି ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ । କିଛି ଅଂଚଳରେ ସ୍ଥାନୀୟ ଲୋକଙ୍କ ସହ ବାତ୍ୟା ପରେ ସହାୟତା, ଥଇଥାନ, ସମ୍ପର୍କରେ ଆଲୋଚନା କରିଥଲେ । ଏହି ଟିମ ସହ ଖୋର୍ଧା ଜିଲ୍ଲା ପାଇଁ ନିୟୋଜିତ ସ୍ୱତନ୍ତ୍ର ସଚିବ କିଶନ କୁମାର, ଖୋର୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦ୍ହେଶ୍ୱକ ସରୋଜ ମିଶ୍ର ଏବଂ ଅନ୍ୟାନ୍ୟ ପଦାଧିକାରୀ ଥିଲେ । ବିଭିନ ସ୍ଥାନରେ ଘର ଛପର, ବିଦ୍ୟତୁ ଟ୍ରାନ୍ସଫୋର୍ମେର, ଜଳ ଯୋଗାଣ , ପ୍ରଭାବିତ ଲୋକଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଲୋକମାନଙ୍କୁ ବାତ୍ୟା ସମୟରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ, ଖାଦ୍ୟ ଯୋଗାଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ