ଫୋନି ପ୍ରଭାବିତ ଲୋକମାନଙ୍କୁ ସହଯୋଗର ହାତ ବଢାଇଲେ ଗଞ୍ଜାମ ଫୋରମ ସଦସ୍ୟ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ): ସାମୁଦ୍ରିକ ଝଡ ଚାଲିଯାଇଛି ସତ କିନ୍ତୁ ଫୋନିର ପ୍ରଭାବରେ ପୁରୀ ଜିଲ୍ଲାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସହଯୋଗର ଗଞ୍ଜାମ ଫୋରମର ସଦସ୍ୟମାନେ ହାତ ବଢାଇଛନ୍ତି । ପୁରୀ ଅଞ୍ଚଳରେ ରିଲିଫ ବିତରଣ କରାଯାଇଛି ।ଫୋରମ ସଦସ୍ୟ ମାନେ ୧୦୦୦ ଟି ବ୍ୟାଗରେ ରିଲିଫ ସାମଗ୍ରୀ ପ୍ରତି ବ୍ୟାଗ ପିଛା ୨ କେଜି ଆଳୁ୨ ପ୍ୟାକେଟ ମହମବତୀ ,ଦିଆସିଲି ,ଚୁଡା ,ଟର୍ଚ୍ଚ ଲାଇଟୂ , ଆଚାର , ବିସ୍କୁଟ ରିଲିଫ ସାମଗ୍ରୀ ବାଣ୍ଟିବା ସହ ରିଲିଫ ସାମଗ୍ରୀ ଓ ତଦାରଖ ଦାଇତ୍ୱରେ ଥିବା ବ୍ରହ୍ମପୁର ମୁନସିପାଲଟି କମିଶନର ଚକ୍ରବର୍ତ୍ତୀ ସିଂ ରାଥୋଡକୁ ଭେଟିଥିଲେ । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଏବଂ ରାଠୋରଙ୍କ ପରାମର୍ଶ ପରେ ପୁରୀ ବ୍ରହ୍ମଗିରିି ବ୍ଲକ ଅନ୍ତର୍ଗତ ରେବଣା ,ନୂଆଗାଁ ,ଜଗନ୍ନାଥପୁର ଓ ଆଲିପୁଟ ଗାଁ , ସହିତ ମାଳିସାହି ,ଜନବସତି କରୁଥିବା ସମସ୍ତଙ୍କୁ ରିଲିôଫ ବଣ୍ଟନ କରିଥିଲେ । ଏହି ସହଯୋଗ କାର୍ଯ୍ୟରେ ସଂକଳ୍ପ ସ୍କୁଲର ଇ.ଟି. ରାଓ . ବରିଷ୍ଠ ସଦସ୍ୟ ଜେ . ସୁରେଶ ସ୍ୱରାଜ୍ୟ ସୁବୁଦ୍ଧି , ମାନସ ପାତ୍ର , ରବି କୁମାର , ସୁଶାନ୍ତ ସାବତ , ଭୀଷ୍ମଚାର୍ଯ୍ୟ ଚୈାଧୁରୀ , ସୁରେଶ ତ୍ରୀପାଠୀ , ବାସୁଦେବ ସାହୁକାର . ସବିତା ସାହୁକାର , ଅଞ୍ଜଳି ମହାନ୍ତି , ପ୍ରମୋଦ ମହାରଣା , ରାଜୀବ ବିଷୋୟୀ , ଦେବେନ୍ଦ୍ର ରାଉତ ,ସୁକାନ୍ତ ଗୈାଡ , ଫୋରମର ସଯୋଜକ ସୁଧିର ରାଉତଙ୍କ ସମେତ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ସ୍ୱେଛାସେବୀ ସୁଶାନ୍ତ ମହାନ୍ତି , ଭୀମରାଜୁ ପାତ୍ର , କୁଣ୍ଡଳି ଅବିନାଶ ରାଓ , ବୋଧଞ୍ଚ କୁମାର ମିଶ୍ର , ସୁବୋଧ କୁମାର , ସତ୍ୟାନନ୍ଦ ଦଲାଇ , ଓ ଷ୍ଟ୍ୟାଟ୍ ବ୍ୟାଙ୍କ ଶାଖାର କର୍ମଚାରୀ କେ.ମଦନ , ସୁରେଶ କୁମାର ପାଣିଗ୍ରାହୀ , ବି.ଚନ୍ଦ୍ରଶେଖର ରାଓ , ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ଥିଲେ । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ,ସ୍ଥାନୀୟ ବିଧାୟକ ସଂଜୟ ଦାସ ବର୍ମା , ଏବଂ ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶୀ ରିିଲିଫ ସାମଗ୍ରୀ ନେଇ ଯାଉଥିବା ଗଞ୍ଜାମ ଜିଲ୍ଲା ଫୋରମ ଫର ର ସମସ୍ତ ସଦସ୍ୟ ଓ ସ୍ୱେଛାସେବୀ ମାନଙ୍କୁ ସାଧୁବାଦ ଜଣାଇଥିଲେ ।