ଫୋନି ପ୍ରଭାବିତ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ )ର ରିଲିଫ ବଣ୍ଟନ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ)ଫୋନି ବାତ୍ୟା ବିଧ୍ୱସ୍ତ ଭୁବନେଶ୍ୱରର ଦୁର୍ଗତ ମଣିଷ ମାନଙ୍କ ମଧ୍ୟରେ ମଙ୍ଗଳବାର ଠାରୁ ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ )ର ଓଡିଶା ରାଜ୍ୟ କମିଟି ପକ୍ଷରୁ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନସ୍ଥାନରୁ ଆସିଥିବା ଆଳୁ,ଚୁଡା, ଗୁଡ,ବିସ୍କୁଟ, ଚାଉଳ, ଡାଲିୁ ଇତ୍ୟାଦି ଖାଦ୍ୟ ସାମଗ୍ରୀ ଗୁଡିକୁ ଗତକାଲି ପାର୍ଟିର ସ୍ୱୋଚ୍ଚାସେବୀମାନେ ପୁଡିଆ କରି ବଣ୍ଟନ କରିଥିଲେ । ଏସ.ୟୁ.ସିଆଇ ରାଜ୍ୟ କାର୍ଯ୍ୟାଳୟ ରୁ ରିଲିଫ ଭର୍ତ୍ତି ଟ୍ରକକୁ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଧୁର୍ଜଟି ଦାସ ଲାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭୁବନେଶ୍ୱର ସାମନ୍ତରାପୁର , ଆଚାର୍ଯ୍ୟ ବିହାର ଓ ବାଣିବିହାର ଅଞ୍ଚଳରେ ଥିବା ସହସ୍ରାଧିକ ବସ୍ତି ବାସିନ୍ଦାଙ୍କୁ ଆଜି ଏହି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ।ଏସ.ୟୁ.ସି.ଆଇ ର ଭୁବନେଶ୍ୱର ଜିଲ୍ଲା କମିଟିର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବେହେରା, ସଂଗଠକ ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି , ରାଜେନ୍ଦ୍ର ବର୍ମା , ପ୍ରଭାମଞ୍ଜୁଳା ବ୍ରହ୍ମ , ବିଜୟଲକ୍ଷ୍ମୀ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।