ଫୋନି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତାକାଲି ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବାକୁ ଥିବା ସାମୁଦ୍ରିକ ଝଡ଼ ‘ଫୋନି’ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି । ଫୋନି ଦ୍ୱାରା ଓଡ଼ିଶା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଗୁୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏହି ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ କ୍ୟାବିନେଟ୍‍ ସଚିବ, ପ୍ରଧାନମନ୍ତ୍ରୀଙ୍କ ସଚିବ, ଆସିସିନାଲ ସଚିବ, ସ୍ୱରାଷ୍ଟ୍ର ସଚିବ, ଆଇଏମ୍‍ଡି, ଏନ୍‍ଡିଆରଏଫ୍‍,ଏନଡିଏମଏ ଓପିଏମଓର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ମୋଦି ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିବାକୁ କହିଛନ୍ତି । ସେହିପରି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ନିର୍ଦ୍ଦେଶଦେଇଛନ୍ତି । ରିଲିଫ୍‍ ଓ ଉଦ୍ଧାର କେମିତି ସ୍ୱରାନ୍ୱିତ ହେବ, ସେ କଥା ନିଶ୍ଚିତକରିବାକୁ ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ