ଫୋନ୍ରେ କଥା ନହେଲେ ମିଳିବ ମାଗଣା ପିଜା
ଆମେରିକାର କାଲିଫର୍ଣ୍ଣିଆ ଏକ ରେଷ୍ଟୁରାଣ୍ଟ୍ରେ ଗ୍ରାହକମାନଙ୍କୁ ଫୋନ୍ରେ ବ୍ୟସ୍ତ ନ ରହି ଖାଇବା ସମୟରେ ପରସ୍ପରଙ୍କ ସହ କଥା ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଫ୍ରେସନୋରେ ଥିବା କରି ପିଜା ନାମକ ଏହି କମ୍ପାନୀ ଗ୍ରାହକମାନେ ଖାଇବା ପୂର୍ବରୁ ସେମାନଙ୍କ ମୋବାଇଲ୍କୁ ପରିତ୍ୟାଗ କଲେ ମାଗଣାରେ ପିଜା ପ୍ରଦାନ କରିବା ନିୟମ ରଖିଛି । ଅତି କମ୍ରେ ୪ ଜଣିକିଆ ଗ୍ରୁପ୍କୁ ଏହି ସୁବିଧା ଦିଆଯାଉଛି । ସର୍ବନିମ୍ନ ୪ ଜଣିଆ ଟିମ୍ ଯଦି ରେଷ୍ଟୁରାଣ୍ଟକୁ ପାର୍ଟି ମନାଇବାକୁ ଆସିଥାନ୍ତି ତେବେ ସେମାନଙ୍କ ପାଖରେ ବିକଳ୍ପ ରହିଛି ଯେ ସେମାନେ ଚାହିଁଲେ ନିଜ ଫୋନ୍କୁ ରେଷ୍ଟୁରାଣ୍ଟ୍ ଲକର୍ରେ ଭର୍ତ୍ତି କରି ମାଗଣା ପିଜା ପାଇପାରନ୍ତି । ଯଦି ପୂରା ଖାଇବା ସମୟଟା ସେ ତାଙ୍କ ଫୋନ୍କୁ ଦୂରେଇ ରଖିପାରନ୍ତି ତେବେ ସେମାନଙ୍କୁ ମାଗଣାରେ ପିଜା ପ୍ରଦାନ କରାଯିବ । ସେହି ପିଜାକୁ ସେ ଆଉ ଥରେ ରେଷ୍ଟୁରାଣ୍ଟ୍ ଆସି ଖାଇପାରନ୍ତି କିମ୍ବା ଘରକୁ ବି ନେଇପାରନ୍ତି । ଏପରିକି ସେମାନେ ସେହି ପିଜାକୁ ଗୃହହୀନମାନଙ୍କୁ ବି ଦେଇପାରନ୍ତି ।