ଫୋନ ପେ’ରେ ନେଇଗଲେ ୧୨ ଶହ ଟଙ୍କା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡିରେ ଜଣେ ଯୁବକ ଏଟିଏମ କାର୍ଡ କାର୍ଯ୍ୟକ୍ଷମ କରିବାକୁ ଯାଇଥିବା ବେଳେ ଠକାମୀର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ମହେଶ୍ୱର ଦଳବେହେରାଙ୍କ ଘର ସିମନବାଡି ପଞ୍ଚାୟତ ଦଡିବାଡି ସାହିରେ। ତାଙ୍କର ଏକ ନୂଆ ଏଟିଏମ କାର୍ଡ ବ୍ୟାଙ୍କରୁ ଆସିଥିଲା। ଏହାକୁ ସେ କାର୍ଯ୍ୟକ୍ଷମ କରିବାକୁ ସିମନବାଡି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କୁ ସେ ସହଯୋଗ ମାଗିଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣକ ମହେଶ୍ୱରଙ୍କୁ ସାହାଯ୍ୟ କରିବାକୁ ଯାଇ ମୋବାଇଲ ମାଗିଥିଲେ ଏବଂ ମହେଶ୍ୱର ମଧ୍ୟ ଯୁବକଙ୍କୁ ବିଶ୍ୱାସ କରି ମୋବାଇଲ ଟି ଦେଇଥିଲେ। ଯୁବକ ଜଣକ ମହେଶ୍ୱରଙ୍କ ଫୋନ ପେ’ ଆକାଉଣ୍ଟରୁ ୧୨ଶହ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ମହେଶ୍ୱର ଦାରିଙ୍ଗବାଡି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ