ଫୋନ ପେ ମାଧ୍ୟମରେ ୧୫ହଜାର ହରିଲୁଟ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଫୋନ ପେ ମାଧ୍ୟମରେ ଜଣେ ବ୍ୟବସାୟୀଙ୍କ ଠାରୁ ୩ଥରରେ ୧୫ହଜାର ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ଜନୈକ ମଞ୍ଜି ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗର ରାଧାରାଣୀ ନାମକ ସଂସ୍ଥା ଫୋନ ନମ୍ବର – ୯୮୮୩୮୪୭୨୩୬ ଦ୍ୱାରା ଫୋନ କରି ତାଙ୍କର ଫୋନ ପେ ରେ ପଇସା ଆସିଛି ବୋଲି କହି କ୍ଲିକ କରିବାକୁ ପରାମର୍ଶ ଦେଇଥିଲେ । ସଂପୃକ୍ତ ବ୍ୟବସାୟୀ ଜଣଙ୍କ ତାଙ୍କ କଥାରେ କ୍ଲିକ କରିଥିଲେ । ପୁନର୍ବାର ଆଉ ଦୁଇଥର କ୍ଲିକ କରିବାକୁ କହିବାରେ ବ୍ୟବସାୟୀ ଜଣଙ୍କ ମୋଟ ୩ଥର କ୍ଲିକ କରିବାରେ ତାଙ୍କ ଆକାଉଁଟରୁ ପ୍ରତିଥର ୫ହଜାର କରି ୩ଥରରେ ୧୫ହଜାର ଟଙ୍କା କଟିଯାଇଥିବା ଅଭିଯୋଗ ହୋଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।