ଫ୍ରାନ୍ସରେ ମୋଦୀ
(ଯୁଗାବ୍ଦ ନ୍ୟୁଜ): ଫ୍ରାନ୍ସ ଓ ଭାରତର ବନ୍ଧୁତା ଏବେ ନୂଆ ରାସ୍ତାରେ ଚାଲିଛି । ଉଭୟ ଦେଶ ସାମରିକ କ୍ଷେତ୍ରଠାରୁ ଆରମ୍ଭ କରି ଅର୍ଥନୈତିକ କ୍ଷେତ୍ର ପର୍ପ୍ୟନ୍ତ ଉଭୟ ଉଭୟଙ୍କୁ ସାହାର୍ଯ୍ୟ କରୁଛନ୍ତି । ଯେଉଁଥିପାଇଁ ଦୁଇ ଦେଶ ପରସ୍ପରକୁ ବିଭିନ୍ନ ଆନ୍ତର୍ଜାତୀକ ପ୍ରସଙ୍ଗରେ ସମର୍ଥନ କରୁଛନ୍ତି । ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତୀୟ ମାନଙ୍କୁ ସମ୍ବର୍ଦ୍ଧନ କରିଛନ୍ତି । ଭାରତରେ ପରିବାରବାଦ , ଦୁର୍ନୀତି , ଆତଙ୍କବାଦ ଉପରେ ଯେଉଁଭଳି ଭାବରେ୍ ଲଗାମ ଲାଗିଛି ତାହା କେବେ ଦେଖିବାକୁ ମିଳି ନଥିଲା । ଏହା ଭାରତକୁ ଆଗକୁ ନେବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଫ୍ରାନ୍ସ ଓ ଭାରତର ସମ୍ପର୍କ ନୁଆ ନୁହେଁ ବହୁ ପୁରୁଣା । ଏଭଳି କୌଣସି ପ୍ରସଙ୍ଗ ନାହିଁ ଯେଉଁଥିରେକି ଦୁଇ ଦେଶ ପରସ୍ପରକୁ ସମର୍ଥନ କରୁନାହାନ୍ତି । ଫ୍ରାନ୍ସରେ ଥିବା ମୋଦୀ ମୋବ୍ଲାଙ୍ଗ ପାହାଡରେ ଦୁର୍ଘଟଣାଗ୍ରସ୍ତ ଦୁଇଟି ସ୍ମାରକୀକୁ ଉଦଘାଟନ କରିଛନ୍ତି ଯେଉଁଥିଲେ ବୈଜ୍ଞାନିକ ହୋମା ଜାହାଙ୍ଗୀର ଭାବା ବସିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁବରଣ ହୋଇଥିଲା ।