ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ‘କଳାଭୂମି’ ପରିଦର୍ଶନ

ଭୁବନେଶ୍ୱର, (ୱାଇଏନ୍‌ସ୍‌) : ଫ୍ରାନ୍ସର ରାଷ୍ଟ୍ରଦୂତ ଏମାନୁଏଲ୍ ଲେନାଇନ୍ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ସ୍ଥିତ କଳାଭୂମି ପରିଦର୍ଶନ କରିଛନ୍ତି । ତାଙ୍କ ସହିତ କୋଲକାତାସ୍ଥିତ ଫ୍ରାନ୍ସ ଦୂତାବାସରେ ଅବସ୍ଥାପିତ କନ୍‌ସୁଲେଟ୍ ଜେନେରାଲ୍ ର୍ଭିଜିନି କରଟେଭାଲ୍ ଏବଂ ଦୂତାବାସର ଅର୍ଥନୈତିକ ତଥା ବୈଜ୍ଞାନିକ ସହଯୋଗ ପରାମର୍ଶଦାତା ଏମିଲିଆ କାର୍ଟିଆର୍ ମଧ୍ୟ କଳାଭୂମି ପରିଦର୍ଶନ କରିଥିଲେ । ଅତିଥିମାନେ ସଂଗ୍ରହାଳୟ ପରିସରରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ପ୍ରକାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଭରପୂର ଉପଭୋଗ କରିଥିଲେ । କୋଭିଡ୍‌-୧୯ ପାଇଁ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ପାଳନ କରି କଳାଭୂମି କର୍ମଚାରୀମାନେ ଅତିଥିମାନଙ୍କୁ ସଂଗ୍ରହାଳୟ ପରିଦର୍ଶନରେ ସହାୟତା କରିଥିଲେ । ପରିଦର୍ଶନ ସମୟରେ ଅତିଥିମାନେ ଓଡ଼ିଶାର କାରିଗର ଏବଂ ବୁଣାକାରମାନଙ୍କ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ