ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ କେ.ସି.ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ଗୋଷାଣୀ ନୂଆଗାଁସ୍ଥିତ କେ.ସି.ଉଚ୍ଚ ବାଳିକା ବିଦ୍ୟାଳୟର ୧୨୭ ଜଣ ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ବିଶେଷଜ୍ଞ ଡା. ପ୍ରକାଶ ରାଓ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ପାଇଁ ସୁଷମ ଖାଦ୍ୟ,ନିୟମିତ ବ୍ୟାୟାମ,ଯୋଗ ସାଧନ ପାଇଁ ବୁଝାଇଥିଲେ ଓ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକରି ୨୩ ଜଣଙ୍କୁ ଚର୍ମରୋଗ ପାଇଁ ଔଷଧ ଦେଇଥିଲେ। ସେହିପରି ଅପପୃଷ୍ଟି ଓ ରକ୍ତ ଶୂନ୍ୟତା ଥିବା ପିଲାମାନଙ୍କୁ ଔଷଧ ବିତରଣ କରଯାଇଥିଲା। ପିଲାମାନଙ୍କୁ ଘର ତିଆରି ପୁଷ୍ଟିକର ମିଠାପୁଡ଼ିଆ ବଣ୍ଟନ କରାଯାଇଥିଲା । ରୁବି ଚିକିତ୍ସାଳୟର ସାଇ ସିପ୍ରା ନାୟକ , ବର୍ଷା ରାଣୀ ବେହେରା ସମସ୍ତ ଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ୧୭ ଜଣଙ୍କ ମଧ୍ୟରେ ଦୂରଦୃଷ୍ଟି ଅଭାବ ଚିହ୍ନଟ କରି ଔଷଧ ଦେଇଥିଲେ।ଏହି ବିଦ୍ୟାଳୟକୁ କ୍ଳବଦ୍ୱାରା ଜଳ ଯୋଗାଣରେ ତ୍ରୁଟିକୁ ସଜଡ଼ା ଯାଇ ଶୌଚାଳୟ ଗୁଡିକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ସେହିପରି ବିଦ୍ୟାଳୟପାଇଁ ଗୋଟିଏ କମ୍ପ୍ୟୁଟର ଦିଆଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଜୁ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ମମି ସାହୁ, ନୀତିବେଦା ପାଢି , ଶର୍ମିଷ୍ଠା ଶତପଥୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହିକାର୍ଯ୍ୟ କ୍ରମରେ କ୍ଳବର ସଭାପତି ପ୍ରଶାନ୍ତ କୁମାର ପାତ୍ର, ସମ୍ପାଦକ ଏମ.ବିଦ୍ୟସାଗର, ପ୍ରୋଜେକ୍ଟ ଅଧ୍ୟକ୍ଷ ଏ.ଏସ.ଏନ.ଗୁପ୍ତା,Past Presidents ଇ.ଟି.ରାଓ, କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି, Jammula Suresh and other members V.ସତ୍ୟନାରାୟଣ, କେ.ନନ୍ଦେଷୁ ସେନାପତି, ପି.କିରଣ କୁମାର, Ch.ଶିବ ପ୍ରସାଦ ରାଓ, ଇ.ଡି.ପାତ୍ର, ରାଧାକୃଷ୍ଣ ପଟ୍ଟନାୟକ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ