ଫ୍ରେଣ୍ଡ ଫର ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟଙ୍କୁ ସହାୟତା ଓ ସଚେତନତା

ହାଟଡ଼ିହି : ଫ୍ରେଣ୍ଡ ଫର ଫାଉଣ୍ଡେସନ ଶାଳଣିଆଁ ପକ୍ଷରୁ ହାଟଡିହି ବ୍ଲକର ବିଭିନ୍ନ ଗ୍ରାମରେ ଗରିବ ଅସହାୟ ମାନଙ୍କୁ ସହାୟତା ଓ ସଚେତନତା କରାଯାଉଛି । ସରକାରଙ୍କ କୌଣସି ସହାୟତା ଲୋକଙ୍କ ପାଖରେ ପହଞ୍ଚି ନଥିବାରୁ ଅନେକ ପରିବାର ଭୋକ ଉପାସରେ କାଳାତିପାତ କରୁଥିବା ସହ ନାନା ଅସୁବିଧା ଭୋଗ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଫ୍ରେଣ୍ଡ ଫର ଫାଉଣ୍ଡେସନ ଗରିବ ପରିବାରକୁ ଠାବ କରିବା ସହ ସେମାନଙ୍କରେ ଠିଆ ହୋଇଛି । ସଂଗଠନର ସଭାପତି ଦେବାଶିଷ ଖଣ୍ଡେଇ, ଅଧ୍ୟକ୍ଷ କିଶୋର ଚନ୍ଦ୍ର କୁଅଁର, ଜିତେନ୍ଦ୍ର କୁଅଁର, ସୁଧାଶୁଂ ଶେଖର ବେହେରା, ତ୍ରିନାଥ ବେହେରା, ଆକାଶ ମୁଖୀ, ସାଇଶନି ବେହେରା, କିଶୋର ସିଂ, ଶୁଭଜିତ ଜେନା, ନୀଳମଣି ପୃଷ୍ଟି, ଜ୍ୟୋତିରଞ୍ଜନ ମୁଖୀ ପ୍ରମୁଖ ସଦସ୍ୟମାନେ ଶାଳଣିଆଁ, ବିଷ୍ଣୁପୁର, ମଙ୍ଗରାଜପୁର, ଡିମିରିଆ, ଜଳସରପୁର, ଶାଳକଣିଆଁ, ଏଲକଣିଆଁ, ସରଳା, ଅଢ଼େଇଦ୍ୱାର ଆଦି ଗ୍ରାମର ଗରିବ ଅସହାୟ ପରିବାର ମାନଙ୍କୁ ଚାଉଳ, ଡାଲି, ଲୁଣ, ତେଲ, ପନି ପରିବା ଆଦି ବଣ୍ଟନ କରିଛନ୍ତି । ତତସହିତ ସେମାନଙ୍କୁ ସାବୁନ ଓ ହ୍ୟାଣ୍ଡୱାସରେ କିପରି ବାରମ୍ବାର ହାତ ଧୋଇବ ଓ କରୋନାରୁ ମୁକ୍ତି ପାଇବ ସେ ସମ୍ପର୍କରେ ସଚେତନ କରାଉଛନ୍ତି । ଘରେ ଖାଅ,ପିଅ ରୁହ ବାହାରକୁ ବାହାରନା ଆଦି ସମ୍ପର୍କରେ ଲୋକମାନଙ୍କୁ ବୁଝାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ