ଫ୍ରେଣ୍ଡ ଫର ଫାଉଣ୍ଡେସନ ପକ୍ଷରୁ ମକର ମେଳାରେ ଜନ ସଚେତନତା କାର୍ଯ୍ୟକ୍ରମ

ହାଟଡିହି,(ବିକାଶ ବିଶ୍ୱାଳ): ଭାଟିଆ ମେଳାରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଫ୍ରେଣ୍ଡ ଫର ଫାଉଣ୍ଡେସନ ଶାଳଣିଆଁ ପକ୍ଷରୁ ମକର ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ସହିତ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ପୁର୍ବରୁ ମାସ୍କ, ସାନିଟାଇଜର ଦିଆଯିବା ସହିତ ସେମାନଙ୍କ ଜୋତାକୁ ମାଗଣା ଯୋତା ଷ୍ଟାଣ୍ଡ କରି ସୁୁରକ୍ଷିତ ରଖୁଥିଲେ । କରୋନା ଠାରୁ ଦୁରେଇ ରହିବାପାଇଁ ସାମାଜିକ ସଚେତନତା ଓ ମାସ୍କ ବ୍ୟବହାର ଉପରେ ସମସ୍ତେ ଦୃଷ୍ଟି ଦେବାକୁ ସଚେତନ କରାଉଥିଲେ । ଏଥିରେ ଫାଉଣ୍ଡେସନର କିଶୋର ଚନ୍ଦ୍ର କୁଅଁର, ଦିବ୍ୟରଞ୍ଜନ ଜେନା, ଦେବାଶିଷ ଖଣ୍ଡେଇ, ଆକାଶ କୁମାର ମୁଖୀ, ଜିତେନ୍ଦ୍ର କୁଅଁର, ସୁଧାଶୁଂ ଶେଖର ବେହେରା, କିଶୋର ସିଂ, ଶୁଭଜିତ ଜେନା, ରାଜେଶ ତରେଇ, ହରେକୃଷ୍ଣ ଘଡେଇ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଫାଉଣ୍ଡେସନର ଏପରି କାର୍ଯ୍ୟକୁ ସବୁ ମହଲରେ ପସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ