ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ୪୨ଲକ୍ଷ ଟଙ୍କା ଜବତ
ଚାରିଛକ (ଜୁଗାବ୍ଦ ନ୍ୟୁଜ୍): ନିମାପଡା-କୋଣାର୍କ ରାସ୍ତାର ଦିଘାଳୋଛକ ନିକଟରେ ସୋମବାର ଫ୍ଲାଇଂସ୍କ୍ୱାଡ ୪୨ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । ଏକ କାର୍ରେ ଟଙ୍କାନେଇ ଯାଉଥିବା ବ୍ୟକ୍ତିଙ୍କୁ ନିମାପଡ଼ା ପୁଲିସ ଅଟକ ରଖି ତଦନ୍ତଚଳାଇଛନ୍ତି । ତଦନ୍ତରୁ ବ୍ୟକ୍ତି ଜଣକ କୋଣାର୍କ ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟବସାୟୀ ବୋଲି ଜଣାପଡିଥିଲା । ଦୁଇଦିନ ବ୍ୟାଙ୍କ ଛୁଟିଥିବାରୁ ବ୍ୟବସାୟୀ ଜଣକ ସୋମବାର ଜମା କରିବାକୁ ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିଲେ । ତଦନ୍ତ ପରେ ପୁଲିସ ବ୍ୟବସାୟୀଙ୍କୁ ଛାଡିଦେଇଥିବା ଜଣାପଡିଛି ।