ଫ୍ଲାଏ ଓଭର ଛାତ ନିର୍ମାଣରେ ସାମଞ୍ଜସ୍ୟ ର ଅଭାବ,ବାରମ୍ବାର ଭାଙ୍ଗୁଛି ୱେରିଂ କୋଟ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ନିର୍ମିତ ହୋଇଥିବା ଫ୍ଲାଏ ଓଭର ର ଛାତ ନିର୍ମାଣରେ ସାମଞ୍ଜସ୍ୟ ର ଅଭାବ ଯୋଗୁଁ ବାରମ୍ବାର ୱେରିଂ କୋଟ ଭ।ଙ୍ଗୁଥିବା ଦେଖିବାକୁ ମିଳିଛି ।ଠିକା ସଂସ୍ଥା ପକ୍ଷରୁ ନିୟମିତ ମରାମତି କରାଯାଉ ଥିଲେ ହେଁ ଏହାର ସ୍ଥାୟୀ ନିର୍ମାଣ ହୋଇ ପାରୁ ନାହିଁ ।ନିର୍ମାଣରେ ହୋଇଥିବା ଯାନ୍ତ୍ରିକ ତ୍ରୁଟିକୁ ଠିକା ସଂସ୍ଥା ପକ୍ଷରୁ ଗୋପନ ରଖାଯାଉ ଥିବାରୁ ଆଗାମୀ ଦିନରେ ଏହି ଫ୍ଲାଏ ଓଭର ର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନବ।ଚୀ ସୃଷ୍ଟି ହୋଇଛି ।ଫ୍ଲାଏ ଓଭର ର ଏହି ଯାନ୍ତ୍ରିକ ତ୍ରୁଟି ସଂପର୍କରେ ଜଣେ ଯନ୍ତ୍ରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ଫ୍ଲାଏ ଓଭର ନିର୍ମାଣ ବେଳେ ଦୁଇଟି ପିଲାର ମଧ୍ୟରେ ଚାରୋଟି ବିମ୍ ଲଗାଯାଇ ଫ୍ଲାଏ ଓଭର ର ଛାତ କୁ ସମ।ନ୍ତର ଭାବେ ଖଞ୍ଜା ଯାଇ ଥାଏ ।ଏହା ପରେ ଉକ୍ତ ଛାତ ଉପରେ ୱେରିଁ କୋଟ ଲଗା ଯାଇଥାଏ । ଛାତ ଖଞ୍ଜା ରେ ସମ।ନ୍ତର ରହିଲେ ,ଏହା ଉପରେ ଯେଉଁ ୱେରୀଙ୍ଗ କୋଟ ଲଗା ହୁଏ, ତାହା ଦୀର୍ଘ ସ୍ଥାୟୀ ହୋଇ ରହିଥାଏ ।ଏହା ସହିତ ୱେରିଙ୍ଗ କୋଟ କୁ ମଧ୍ୟ ଉଚିତ୍ ଓ ସମ।ନ୍ତର (ଲେଭେଲ) ମାତ୍ରାରେ ଲଗା ଗଲେ ତାହା ମଜବୁତ୍ ହୋଇ ରହିଥାଏ ।ମାତ୍ର ଯୋଡା ଫ୍ଲାଏ ଓଭର ନିର୍ମାଣ ରେ ଏହାର ବ୍ୟତିକ୍ରମ ଦେଖା ଦେଇଛି ।ଫ୍ଲାଏ ଓଭର ର ବିଭିନ୍ନ ସ୍ଥାନରେ ୱେରୀଙ୍ଗ କୋଟ ଉଠି ଯାଇ ଖାଲ ସୃଷ୍ଟି ହେଉଛି ।ଏଥିରେ ଲଗାଯାଇ ଥିବା ୱେରିଙ୍ଗ କୋଟ କେଉଁ ଜାଗାରେ ୩୦ ମିଲି ମିଟର ତ କେଉଁଠାରେ ୩୦୦ ମିଲୀ ମିଟର ରହିଛି ଯାହାକି ସବୁ ସ୍ଥାନରେ ଏହା ୭୫ ମିଲି ମିଟର ରୁ ୧୦୦ ମିଲୀ ମିଟର ମଧ୍ୟରେ ରହିବ। ଉଚିତ୍।ଏହା ସହିତ ୱେରିଙ୍ଗ କୋଟ ନିମ୍ନ ମାନ ର ଯାହାକି ମାଟି ମିଶ୍ରିତ ବାଲି , ଛୋଟ ପଥର ମିଶି ରହି ଥିବାରୁ ଭାରି ଯାନ ଚଳାଚଳ ସମୟରେ ତାହା ଭାଙ୍ଗି ଉଠି ଯାଉଛି । ବାରମ୍ବାର ଏହି ସମସ୍ୟା ଦେଖା ଦେଉଛି।ଏଣୁ ମେନ୍ ଷ୍ଟ୍ରକଚର ର ଲେଭେଲ୍ କୁ ସମ।ନ୍ତର କରିବା ସହିତ ୱେରିଙ୍ଗ କୋଟ କୁ ମଧ୍ୟ ସମ।ନ୍ତର ରେ ଲଗା ଗଲେ ଆଗାମୀ ଦିନରେ ଏହି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କୁହା ଯାଉଛି ।ସୂଚନା ଯୋଗ୍ୟ କି, ତା ୧୧/୦୩/୨୦୨୪ ରିଖରେ ଓଡ଼ିଶା ର ଦୀର୍ଘତମ ଫ୍ଲାଏ ଓଭର କୁ ଉଦ୍ଘାଟନ କରାଯାଇଥିଲା । ଡିଏମଏଫ୍ ପ୍ରତିଷ୍ଠାନ ରୁ ପ୍ରାୟ ୨୫୦ କୋଟି ଅନୁଦାନ ରେ ଏହି ଫ୍ଲାଏ ଓଭର ନିର୍ମାଣର ବ୍ୟୟ ବରାଦ କରାଯାଇଥିଲା ।ଏହି ଫ୍ଲାଏ ଓଭର ର ଉଦ୍ଘାଟନ ସମୟରେ ଫ୍ଲାଏ ଓଭର ର ନିର୍ମାଣ କାରୀ ସଂସ୍ଥା ଚେଭରକସ୍ ପକ୍ଷରୁ କୁହାଯାଇ ଥିଲା ଯେ,ଓଡ଼ିଶାର ଏହା ଦ୍ଵିତୀୟ ଦୀର୍ଘତମ ଫ୍ଲାଏ ଓଭର ,ଯାହାର ଦୂରତା ପ୍ରାୟ ୨.୯କିମି । ଫ୍ଲାଏ ଓଭର ର ସ୍ଥାୟୀତ୍ବ ଶହେ ବର୍ଷ ବୋଲି ଠିକା ସଂସ୍ଥା ପକ୍ଷରୁ କୁହା ଯାଇ ଥିଲା ।ମାତ୍ର ବର୍ଷେ ନ ପୁରୁଣୁ ଫ୍ଲାଏ ଓଭର ର ଏପରି ଅବସ୍ଥା ସୃଷ୍ଟି ହେବା ଯୋଗୁଁ ଏହାର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନ ଉଠିଛି ।ସବୁଠାରୁ ଚିନ୍ତା ଜନକ ବିଷୟ ହେଉଛି ଫ୍ଲାଏ ଓଭର ଉଦ୍ଘାଟନ ପରେ ଏହାର ମରାମତି ନିୟମିତ କରାଯାଉଛି ।ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ଟସନ୍ ଲିମିଟେଡ(ଓ ବି ସିସି)ସହିତ ଠିକା ସଂସ୍ଥା ଚେଭରକ ସ୍ ର ଚୁକ୍ତି ଅନୁଯାୟୀ,ଫ୍ଲାଏ ଓଭର ମରାମତି କାର୍ଯ୍ୟ ୪ ବର୍ଷ ପର୍ଯ୍ୟନ୍ତ ଠିକା ସଂସ୍ଥା ପକ୍ଷରୁ କରାଯିବ ।ଫ୍ଲାଏ ଓଭର ନିର୍ମାଣରେ ରହିଥିବା ତ୍ରୁଟି କୁ ସ୍ଥାୟୀ ନିର୍ମାଣ କରା ଯାଉ ନ ଥିବାରୁ ମରାମତି ଚୁକ୍ତି ଅବଧି ଶେଷ ହେବା ପରେ ଫ୍ଲାଏ ଓଭର ରେ ଭାରିଯ।ନ ଚଳାଚଳ ରେ କେତେ ସୁରକ୍ଷିତ ରହିବ ତାହା ହେଉଛି ଏକ ବଡ ପ୍ରଶ୍ନ । ଏ ସମ୍ପର୍କରେ କେନ୍ଦୁଝର ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଦାସ କହିଛନ୍ତି ଯେ,ତତ୍କାଳୀନ ବିଜେଡି ସରକାର ଭୋଟ ପାଇବା ଆଶାରେ ଉଦ୍ଘାଟନ ପାଇଁ ଠିକା ସଂସ୍ଥା ଉପରେ ଚାପ ପକାଇଥିଲେ ।ଏଥିପାଇଁ ଠିକା ସଂସ୍ଥା ତରବରିଆ ଭାବେ କାର୍ଯ୍ୟ କରି ଥିଲା ।ଫଳରେ ଏହି ତ୍ରୁଟି ଦେଖା ଦେଇଛି।ପୋଲ ନିର୍ମାଣ ଯନ୍ତ୍ରୀ ଙ୍କୁ ନେଇ ଏକ କମିଟି ଗଠନ କରି ଏହାର ତଦନ୍ତ କରି ଏହାର ସ୍ଥାୟୀ ମରାମତି କରିବା ଆବଶ୍ୟକ, ନ ହେଲେ ଆଗାମୀ ଦିନରେ ଫ୍ଲାଏ ଓଭର ଭୁଶୁଡ଼ି ପଡ଼ି ବହୁ ଧନ ଜୀବନ ହାନି ହେବାର ସମ୍ଭାବନା କୁ ଏଡାଇ ଦିଆ ଯାଇ ନ ପରେ ବୋଲି ସେ କହିଛନ୍ତି । ଏ ନେଇ ଠିକା ସଂସ୍ଥା ଚେଭରକସ୍ ର ପ୍ରୋଜେକ୍ଟ ମ୍ୟାନେଜର ଶୁଭଙ୍କର ଦେବ ନାଥ ଙ୍କୁ ଫ୍ଲାଏ ଓଭର ର ୱେରିଙ୍ଗ କୋଟ କାହିଁକି ଉଠି ଯାଉ ଛି ବୋଲି ପଚାରିବାରୁ ସେ ଏହି ପ୍ରଶ୍ନ କୁ ଏଡାଇ ଓବୀ ସି ସି କୁ ପଚାରିବା ପାଇଁ କହିଥିଲେ ।ତେବେ ଏହି ଓଣ ଓଡ଼ିଆ ଠିକା ସଂସ୍ଥା ଚେଭରକସ୍ ପୂର୍ବ ସରକାର ଙ୍କ କାର୍ଯ୍ୟକାଳ ସମୟରେ ନିଜର ପ୍ରଭାବ ବିସ୍ତାର କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ହାତକୁ ନେଇ ଥିଲା ।ନିର୍ମାଣ କାର୍ଯ୍ୟରେ ବ୍ୟାପକ ହେରଫେର କରିଥିବା ଘଟଣା ବିଭିନ୍ନ ସମୟରେ ଗଣ ମାଧ୍ୟମରେ ପ୍ରକାଶ ପାଇ ଆସୁଛି ।ଏହା ପରେ ମଧ୍ୟ ବର୍ତ୍ତମାନ ସରକାର କୁ ପ୍ରଭାବିତ କରି ଠିକା ସଂସ୍ଥା ସାଲେପୁର ଓ ବ୍ରହ୍ମପୁର ରେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ହାତେଇବାରେ ସକ୍ଷମ ହୋଇ ଥିବା ସମସ୍ତଙ୍କୁ ଚକିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ