ବଂ।ଶପ।ଣି ରେଳ ଷ୍ଟେସନ୍ ରେ ତୁମୁଳକାଣ୍ଡ ପରେ ପହଞ୍ଚିଲେ ରେଳବାଇ ଡିଆଇଜି
ଯୋଡ଼ା, (ସମୀର କୁମାର ଦାସ) : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଧୀନସ୍ଥ ବାଂଶପାଣି ରେଳ ଷ୍ଟେସନରେ ଆରପିଏଫ ଯବାନଙ୍କ ମାଡରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆସିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଗତ ମଙ୍ଗଳବାର ସନ୍ଧ୍ୟାରେ ଲକ୍ଷ୍ମଣ ପାତ୍ର ନାମକ ଜଣେ ସ୍ଥାନୀୟ ଯୁବକ ୨ ନମ୍ବର ରେଳ ସାଇଡିଂକୁ ଯାଇଥିଲେ । ତେବେ ସେଠାରେ ଆର୍ପିଏଫ୍ ଯବାନମାନେ ତାଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆରପିଏଫ ଯବାନ ମାନେ ମଦ ପିଇ ମୃତ୍ୟୁ ଘଟିଥିବା କହୁଥିବା ବେଳେ ତାଙ୍କୁ ଯବାନ ମାନେ ପିଟି ପିଟି ମାରିଦେଇଥିବା ଖବର ପ୍ରଚାର ହେବାପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଥିଲେ । କୋଇଲା ହଟିଂ, ଭଞ୍ଜହଟିଂ ଓ ରାଧା ହଟିଂ ର ଶତାଧିକ ମହିଳା ପୁରୁଷ ସଂଘବଦ୍ଧ ଭାବରେ ଷ୍ଟେସନରେ ପଶି ବିଭିନ୍ନ ରେକର୍ଡ ପତ୍ର, ଆସବାବପତ୍ର ନଷ୍ଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସିଗନାଲ ପାନେଲକୁ ମଧ୍ୟ ଭାଙ୍ଗିଦେଇଥିଲେ ଲୋକେ ।ଏଥିସହ ଆରପିଏଫ ଯବାନ ମାନଙ୍କୁ ଅତର୍କୀତ ଆକ୍ରମଣ କରିଥିଲେ । ଉତ୍ୟକ୍ତ ଲୋକଙ୍କ ମାଡ଼ରେ ୪ଜଣ ଆରପିଏଫ ଯବାନ ଓ ଜଣେ ଏସ୍ ଆଇ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଯୋଡ଼ା ପୋଲିସ୍ ଆହତ ମାନଙ୍କୁ ଉଦ୍ଧାର କରି ଯୋଡ଼ା, ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରିଥିଲା । ଆହତ ଆରପିଏଫ ଜବାନ ପି ଏନ ପାଶୱାନ, ଏସ୍ କେ ସିଂ ଓ ପଙ୍କଜ କୁମାରଙ୍କୁ ଜାମଶେଦପୁର ସ୍ଥିତ ଟାଟା ମେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏସ୍ କେ ସିଂଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟ ୨ ଜଣ ଆରପିଏଫ ଯବାନ ସବ ଇନ୍ସପେକ୍ଟର ପ୍ରଦୀପ କୁମାର ଓ ରାଜୁ ରଞ୍ଜନ କୁମାର ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଘଟଣା ପରେ ଡାଙ୍ଗୁଆପଶି ଏଆରଏମ୍ ଙ୍କ ସହ ରେଳବାଇର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ରେଳବାଇ ଫୋର୍ସ ବାଂଶପାଣିରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ସିଗନାଲ ବ୍ୟବସ୍ଥାକୁ ପୁନଃ ସ୍ଥାପିତ କରି ରେଳ ଚଳାଚଳକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରାଯାଉଛି । ଏବଂ ବୁଧବାର ଯୋଡ଼ା ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ଡ଼ାକ୍ତର ଖାନ। ପଠାଇଛି । ଏନେଇ ଉଭୟ ରେଳବାଇ ପୋଲିସ୍ ଏବଂ ଯୋଡ଼ା ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି । ମୃତକର ପରିବାର ଲୋକଙ୍କ ଅନୁଯାୟୀ, ଲକ୍ଷ୍ମଣ, ୱାଗନରେ ଗୁଟଖା ପ୍ୟାକିଙ୍ଗ କାମ କରନ୍ତି ଏବଂ ସେ ସନ୍ଧ୍ୟାରେ କାମ କରିବାକୁ ରେଳ ସାଇଡିଂ ଯାଇଥିଲେ, ତେବେ ତାଙ୍କୁ ସେଠାରେ ଆରପିଏଫ ଯବାନ ମାଡ଼ ମାରି ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମୃତକର ସ୍ତ୍ରୀ ଏବଂ ଗୋଟିଏ ୧ ବର୍ଷର ସନ୍ତାନ ରହିଥିବା ବେଳେ, ସେମାନଙ୍କୁ ସାହାଯ୍ୟ ଯୋଗାଇଦେବାକୁ ଦାବି କରିଛନ୍ତି ପରିବାର ଲୋକେ । ସ୍ଥାନୀୟ ଅଞ୍ଚଳରେ ଏବେବି ଛପା ଉତ୍ତେଜନା ଲାଗିରହିଛି ।ଏହି ଘଟଣା ସଂପର୍କରେ କଲ୍ କତ। ରୁ ଆସିଥିବା ଆରପିଏଫ ଡିଆଇଜି ଆଶିଷ କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ସେ ମଙ୍ଗଳବାର ରାତିରେ ଘଟିଥିବା ଘଟଣା ସମ୍ପର୍କରେ ସ୍ତୁତି ଅନୁଧ୍ୟାନ କରିବା ପାଇଁ ଆସିଛନ୍ତି ।ଆହତ କର୍ମଚାରୀଙ୍କୁ କିପରି ସାହାଯ୍ୟ କରାଯାଇପାରିବ ଏ ନେଇ ସେ ବିଚାର କରିବେ ।ସମୁଦାୟ ୫ଜଣ ଆରପିଏଫ କର୍ମଚାରୀ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ଖାନ। ରୁ ଡିସ ଚାର୍ଜ ହୋଇଥିବା ଖବର ମିଳିଛି ।ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି । ତେବେ ଏ ନେଇ ଯୋଡ଼ା ଥାନା ରେ କେସ ନଂ ୧୬୮/୨୧ ରେଜିଷ୍ଟ୍ରେସନ ହୋଇସାରିଛି ଏବଂ ଅନ୍ୟ ମାମଲା ଗୁଡ଼ିକ ର ତଦନ୍ତ ଚାଲିଛି ବୋଲି ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି ।