ବଂଚିବାକୁ ଚାହୁଁଚି ସୁଜାତା, ଅର୍ଥ ସାଜିଛି ବାଧକ

ଘଟଗାଁ : ମୁଁ ବଂଚିବାକୁ ଚାହେଁ, ସବୁ ପିଲାଙ୍କ ଭଳି ଖେଳି ବୁଲି ସ୍କୁଲ୍ ଯାଇ ପାଠ ପଢିବାକୁ ଚାହେଁ କିନ୍ତୁ ଏ ସମସ୍ତ ଇଛାରେ ଡୋରି ବାନ୍ଧି ଦେଇଛି ଏହି ରୋଗ । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଧାଙ୍ଗଡଡିହା ଗ୍ରାମର ପ୍ରଶନ୍ନ ପାତ୍ରଙ୍କ ୧୨ ବର୍ଷର ଝିଅ ସୁଜାତା ପାତ୍ରର କଥା । ସୁଜାତା ଜନ୍ମ ହେବାର ୧୭ ଦିନ ପରଠାରୁ ରୋଗରେ ହୋଇ ଆଜି ପର୍ଯ୍ୟନ୍ତ ରୋଗାଗ୍ରସ୍ଥ ହୋଇ ରହିଛନ୍ତି । ଗୋଟିଏ ପଟେ ଡାକ୍ତର କହୁଛନ୍ତି ହାର୍ଟ ସର୍ଜରୀ କରିବାକୁ ପଡିବ ଅନ୍ୟପଟେ ହାର୍ଟ ସର୍ଜରୀ କରିବାକୁ ପ୍ରଚୁର ମାତ୍ରାରେ ଟଙ୍କା ଦରକାର । ଅର୍ଥ ନଥିବାରୁ ଭଗବାନଙ୍କୁ ଭରଷା କରି ରହିଛନ୍ତି ବାପା ମାଆ । ଗରିବ ପରିବାରରେ ଯାହା ଟଙ୍କା ଥିଲା ସେସବୁ ସାରିବା ପରେ ଏବେ ଧାର କରଜରେ ଡୋବି ରହିଛି ପରିବାର । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଧାଙ୍କଡଡିହା ଗ୍ରାମର ପ୍ରଶନ୍ନ ପାତ୍ର । ଆଜକୁ ୧୫ ବର୍ଷ ପୂର୍ବେ ପ୍ରଶନ୍ନ ଲକ୍ଷ୍ମୀପ୍ରୟାଙ୍କୁ ବିବାହ କରିଥିଲେ । ବିବାହ କରିବାର ୨ ବର୍ଷ ପରେ ସୁଜାତା ଜନ୍ମ ହେଲା । ସୁଜାତା ଜନ୍ମ ହେବା ଘରକୁ ଲକ୍ଷ୍ମି ଆସିଚି ଭାବି ପରିବାରଟି ଖୁସିରେ ପୁରି ଉଠୁଥିଲା ! କିନ୍ତୁ କାହାର ନଜର ପଡିଲା ଭଳି ସୁଜାତା ଜନ୍ମ ହେବାର ୧୭ଦିନ ଠାରୁ ଧିରେ ଧିରେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବାରେ ଲାଗିଲା । ପ୍ରଶନ୍ନ ସାହି ପଡିସାଙ୍କ ପାଖରୁ ଧାର କରଜ କରି ବଡ ବଡ ଡାକ୍ତରଖାନା ବୁଲିଆସିଲା ପରେ ଜାଣିବାକୁ ପାଇଲା ଯେ ସୁଜାତାର ହାର୍ଟ ସର୍ଜରୀ ହେବ ! ଏବଂ ସେଥିପାଇଁ ପ୍ରଚୁର ମାତ୍ରାରେ ଟଙ୍କା ଆବଶ୍ୟକ । ତେଣୁ ସେ ନିରାଶ ହୋଇ ଘରକୁ ଫେରିଆସି ବର୍ତମାନ ଭଗବାନଙ୍କ ଉପରେ ଭରଷା କରିବା ଛଡା ତାଙ୍କ ପାଖରେ ଆଉ ଉପାୟ କିଛି ନାହିଁ । ଅନ୍ୟପକ୍ଷରେ ସୁଜାତା ରୋଗାଗ୍ରସ୍ଥ ହୋଇ ମଧ୍ୟ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିଲା ହେଲେ ଆଜକୁ ବର୍ଷେ ହେବ ଆଉ ଯାଇପାରୁନି ସ୍କୁଲ୍ । ଏବଂ ମୁଁ ବଂଚିବାକୁ ଚାହେଁ ! ମୁଁ ବଂଚିବାକୁ ଚାହେଁ, ସବୁ ପିଲାଙ୍କ ଭଳି ଖେଳି ବୁଲି ସ୍କୁଲ୍ ଯାଇ ପାଠ ପଢିବାକୁ ଚାହେଁ, ମୋତେ ବଂଚାଇ ଦିଅ ବୋଲି କୋହ ଭରା କଣ୍ଠରେ କାନ୍ଦି ବୋବାଳି ହେଉଛି ସୁଜାତା । ନିଜ ଆଖି ଆଗରେ ଝିଅର ବଂଚିବାର ଆଶାକୁ ଧୁଳୀସାତ୍ ହେଉଥିବାର ଦେଖି ବାପା ମାଆ ଦୁହିଁଙ୍କର କାନ୍ଦି କାନ୍ଦି ଜୀବନ ବିତୁଛି । କିଏ ଟିକେ ମୋ ଝିଅକୁ ଭଲ କରିଦିଅନ୍ତୁ । ଏ ସମ୍ପର୍କରେ ଆମ ପ୍ରତିନିଧି ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ମୁକ୍ତିକାନ୍ତ ନାୟକଙ୍କୁ ଅବଗତ କରାଇବାରୁ ସେ ଏଭଳି ସର୍ଜରୀ ବହୁତ ରିସ୍କ ଓ ବୟବହୁଳ, ଆହୁରୀ ମଧ୍ୟ ଏହାର ସର୍ଜରୀ ଦିଲ୍ଲି ଏମ୍ସ ଭଳି ବଡ ଡାକ୍ତରଖାନାରେ ସମ୍ଭବ ବୋଲି କହିଥିଲେ । ସବୁ ଜାଗାରୁ ନିରାଶ ହେବା ପରେ ଏବେ ସୁଜାତାର ବାପା ମା ସବୁ ଆଶା ଛାଡିଦେଇଥିବା ବେଳେ ସୁଜାତା ମନରେ କିନ୍ତୁ ବଂଚିବାର ଆଶା ରହିଛି । ସରକାର କିମ୍ବା କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ପୁଣିଥରେ ସୁଜାତା ହସି ଉଠିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ