ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟିସପ୍ତାହ ଓ ଆନ୍ତଜାତୀୟ ସାକ୍ଷରତା ଦିବସ ପାଳିତ
ଚୌଦ୍ଵାର :(ଦୀପକ୍ କୁମାର ବେଉରା) ଇମ୍ଫା ଶିଳ୍ପୀ ଗୋଷ୍ଠୀର ସାମାଜକି ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚଳତି ବର୍ଷର ଜାତୀୟ ପୁଷ୍ଟିସପ୍ତାହ ଓ ଆନ୍ତ ଜାତୀୟ ସାକ୍ଷରତା ଦବିସ ପାଳତି ହୋଇଯାଇଅଛି । ସପ୍ତାହ ବ୍ୟାପୀ ଜାତୀୟ ପୁଷ୍ଟି ସପ୍ତାହ କାର୍ଯ୍ୟକ୍ରମ ଚଳିତ ମାସ ୧ ତାରିଖ ରୁ ୭ ପର୍ଯ୍ୟନ୍ତ ସ୍ଥାନୀୟ ମଙ୍ଗରାଜପୁର, ମହିଶାଲଣ୍ଡା ଓ କୁଶପଙ୍ଗି ପଞ୍ଚାୟତ ରେ ପାଳିତ ହୋଇଇଯାଇଛି । ଏ ବର୍ଷର ସ୍ଲୋଗାନ “ ପ୍ରାରମ୍ଭରୁ ହିଁ ସଠିକ ଖୁଆନ୍ତୁ” ନେଇ ଗ୍ରାମ୍ୟ ସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମାନଙ୍କ ସହିତ ୧୫୦ରୁ ଉର୍ଦ୍ଧ ଗର୍ଭବତୀ, ପ୍ରସୂତି ମହିଳା, ସ୍ଵୟ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କୁଇଜ କମ୍ପିଟିସନ ସହିତ ବିଭିନ୍ନ ପ୍ରକାରର ସୁଷମ ଖାଦ୍ୟ ର ପ୍ରଦର୍ଶନୀ ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମ ରେ ଉପସ୍ଥିତ ମହିଳା ମାନଙ୍କୁ ଶିଶୁ ଜନ୍ମ ହେବା ମାତ୍ରେ ୬ ମାସ ପର୍ଯ୍ୟନ୍ତ କିପରି ସେ ମାନଙ୍କର ଯତ୍ନ ନିଆଯିବ ସେ ବିଷୟର ସଚେତନ କରାଯାଇଥିଲା । ଏବର୍ଷର ସ୍ଲୋଗାନ “ମାନବ-କେନ୍ଦ୍ରିତ ପୁନରୁଦ୍ଧାର ପାଇଁ ସାକ୍ଷରତା: ଡଜିଟିାଲ୍ ବିଭାଜନ କୁ ସଂକୀର୍ଣ୍ଣ କରିବା” କୁ ନେଇ ଫାଉଣ୍ଡେସନ ତରଫରୁ ଆନ୍ତଜାତୀୟ ସାକ୍ଷରତା ଦବିସ ମହିସାଲଣ୍ଡା ଗ୍ରାମ ପଞ୍ଚାୟତ ର ଆମ୍ବିଳିଝରି ଗ୍ରାମରେ ପାଳିତ ହୋଇ ଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଚୌଦ୍ଵାର ଅଞ୍ଚଳର ଆଦବିାସୀ ଅଧ୍ୟୁଷିତ ମଙ୍ଗରାଜପୁର, ମହିସଲଣ୍ଡା, କରଞ୍ଜି ପଞ୍ଚାୟତ ର ଆଦିବାସୀ ମହିଳା ମାନଙ୍କ ମଧ୍ୟ ରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଫାଉଣ୍ଡେସନ ତରଫ ରୁ ୬ଟି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି । ଏହି ଅଭିଯାନ ମାଧ୍ୟମରେ ୧୮୦ ଜଣ ଆଦବିାସୀ ମହଳିାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଉଅଛି । ଏହି ଅବସରରେ ଫାଉଣ୍ଡେସନ ତରଫରୁ ଡଜିଟିାଲ ବିଭାଜନ କୁ କମ କରିବା ପାଇଁ ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ଶିକ୍ଷୟତ୍ରୀ ମାନଙ୍କୁ ୬ ଟି ଟାବଲେଟ ଓ ସ୍ପିକର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୫୦ରୁ ଉର୍ଦ୍ଧ ମହିଳା ଯୋଗା ଦେଇ ଥିଲେ । କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟ ଅତଥି ଭାବେ ଇମ୍ଫା, ଚୌଦ୍ଵାର ର ଜି .ଏମ ଶ୍ରୀ ଜି.ଏସ.ପି. ରାଓ , ଜି.ଏମ. ଶ୍ରୀ ସୋମେନ୍ଦ୍ର ବେଉରା , ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧୂର୍ବ ଚରଣ ରାଉତ, ସିନିୟର ମ୍ୟାନେଜର ମାନସ ପ୍ରଧାନ, ଫାଉଣ୍ଡେସନ ର ଡି.ଜି.ଏମ. ନିଲେନ୍ଦୁ ଚାଟାର୍ଜୀ ଯୋଗ ଦେଇ ଅଂଶଗ୍ରହଣ କାରୀଙ୍କୁ ସୁଷମ ଖାଦ୍ୟ ଓ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ର ମହତ୍ଵ ସମ୍ପକରେ ବୁଝାଇ ଥିଲେ। କାର୍ଯ୍ୟକ୍ରମ କୁ ଫାଉଣ୍ଡେସନ ର ଅଧିକାରୀ ଆଶିଷ ଦାସ, ସୁନୀଲ ପରିଡା, ଚନ୍ଦ୍ରଶେଖର ମହାପାତ୍ର,ଶୁଭଶ୍ରୀ ନାୟକ ଓ ଜ୍ଞାନ ରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।