ବଂଶୀଧର ନାୟକ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ପାଇଁ ୨୦୨୨ ମସିହା ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି ବି.କରଡ଼ାବାଡ଼ି ଗ୍ରାମର ବିଶିଷ୍ଟ ସମାଜସେବୀ ବଂଶୀଧର ନାୟକ । ରାଜ୍ୟ ସରକାର ଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଯୋଗ୍ୟ ବ୍ୟକ୍ତିଙ୍କୁ ଜୁନ ୫ ତାରିଖ ଦିନ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ବ୍ରହ୍ମପୁର ମଣ୍ଡଳ ମୁଖ୍ୟ ଜଙ୍ଗଲ ସଂରକ୍ଷକ ଙ୍କ କାର୍ଯ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅନ୍ୟ ବ୍ଲକର ବ୍ୟକ୍ତି ବିଶେଷଙ୍କ ସମେତ ବୁଗୁଡା ବ୍ଲକର ବଂଶୀଧର ନାୟକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀ ନାୟକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ବାବଦକୁ ଦଶ ହଜାର ଟଙ୍କାର ଚେକ ଓ ପ୍ରମାଣ ପତ୍ର ପ୍ରଦାନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ