ବଉଳାରେ ଏକ ଶୋକାକୁଳ ପରିବେଶରେ ବିଜୟଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ୩୪ନମ୍ବର ଜୋନର ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ, ପୁର୍ବତନ ସମିତିସଭ୍ୟ ତଥା ବାଙ୍ଗୋର ସମବାୟ ସମିତିର ସଭାପତି ତଥା ବରିଷ୍ଠ ବିଜେପି ନେତା ଓ ରାଜ୍ୟ ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ରାଉତଙ୍କ ମରଶରୀରକୁ ଆଜି ତାଙ୍କ ନିଜ ଗାଁ ବଉଳା ଠାରେ ଏକ ଶୋକାକୁଳ ପରିବେଶରେ ସଂସ୍କାର କରାଯାଇଛି । ଗତ କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱର ନିଆଯାଇ ଏମ୍ସ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାବେଳେ ବ୍ରେନ ଷ୍ଟ୍ରୋକରେ ଗତକାଲି ତାଙ୍କର ପରଲୋକ ଘଟିଥିଲା । ଆଜି ଭୋର ସମୟରେ ତାଙ୍କ ମରଶରୀର ବଉଳା ଗ୍ରାମରେ ପହଞ୍ଚିବାପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ର୍ପୁତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, ବରିଷ୍ଠ ବିଜେଡି ନେତା ବିଜୟ ରାଉତ, କାନନ ବିହାରୀ ପହି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ବସନ୍ତ ପଢ଼ିଆରୀ, ସମାଜସେବୀ ତଥା ବିଜେଡି ନେତା ନାରାୟଣ ଜେନା, ବିଜେପିର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ବର୍ମା, ଜିଲ୍ଲାପରିଷଦ ସଦସ୍ୟା ଅସୀମା ମିଶ୍ର, ସୁମତୀ ଜେନା, ଆଲୋକ ସେଠୀ, ବିଶିଷ୍ଟ ସାହିତ୍ୟକ ତଥା ବିଜେପି ନେତା ଶମ୍ବୁନାତ ରାଉତ, ରାମଚନ୍ଦ୍ର ସାହୁ, ହରମୋହନ ଶାସିନି, ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷଦର୍ଶନ କରିବା ସହିତ ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଭାଇ ରାଧାକୃଷ୍ଣ ରାଉତ, ବିବେକାନନ୍ଦ ରାଉତ, ବିଶ୍ୱଜିତ ରାଉତ, ବିଶ୍ୱରଞ୍ଜନ ରାଉତ, ଗୋଲେଖ ରାଉତ, ଗୋପାଳକୃଷ୍ଣ ରାଉତ, ଗଗନ ରାଉତ, ଗୋପୀନାଥ ରାଉତ, ପ୍ରଦୀପ ରାଉତ, ରାଜେନ୍ଦ୍ର ରାଉତ, ଚତୁର୍ଭୁଜ ରାଉତ, ଦିଲ୍ଲିପ ରାଉତଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଯୋଗ ଦେଇ ଥିବାବେଳେ ପୁଅ ମଣ୍ଟୁ ରାଉତ ମୁଖାଗ୍ନି ଦେଇଥିଲେ ।


