ବଉଳା କଲେଜରେ ବାର୍ଷିକ କ୍ରୀଡା ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋରେ ନୁଆ ଓ ଯୁବ ଓଡିଶା, ନବୀନ ଓଡିଶା ଆନୁକୁଲ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ମହିବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ପୌରହିତ୍ୟ କରି ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ଉପଯୋଗୀତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏଥିରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନାରାୟଣ ଚନ୍ଦ୍ର ବିଶ୍ୱାଳ ସମ୍ମାନୀତ ଅତିତô ଭାବେ ଯୋଗଦେଇ ଏକ ସୁସ୍ଥ ଶରୀରରେ ସୁସ୍ଥ ମନର ୍ରଆବଶ୍ୟକତା ସଂପ୍ରତୀୟ ସମାଜ ପାଇଁ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଜିତେନ୍ଦ୍ର କୁମାର ମହାନ୍ତି, ନୋଡାଲ ଅଫିସର ଅଧ୍ୟାପକ ଫକିର ଚରଣ ଶଙ୍ଖୁଆ, ଅଧ୍ୟାପକ ଉଦୟ କୁମାର ନନ୍ଦ, ଅଧ୍ୟାପକ ସଚିନ୍ଦ୍ର କୁମାର ରାଉତରାୟ, ଅଧ୍ୟାପକ ବିଜୟ କୁମାର ମଲ୍ଲିକ, ଅଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ଅଧ୍ୟାପିକା ଲୋପାମୁଦ୍ରା ସା, ଦୁର୍ଯେ୍ୟାଧନ ବାରିକ, ଅନାମ ଚରଣ ପଣ୍ଡିତ, ଦୟାନିଦô ଦାସ, ଗୌରାଙ୍ଗ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଖେଳ ଶିକ୍ଷକ ତଥା ସଂଯୋଜକ ହେମନ୍ତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ `।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ