ବଉଳା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାଡ ଘଟଣା, ଉପଜିଲ୍ଲାପାଳଙ୍କୁ ଭେଟିଲା ବରିଷ୍ଠ ନାଗରିକ ବିକାଶ ମଞ୍ଚ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ବଉଳା ଯୁକ୍ତ ଦୁଇ କଲେଜ ସୋସୋର ଅଧ୍ୟକ୍ଷଙ୍କୁ ରାସ୍ତାରେ ଅଟକାଇ ମାଡ ମରାଯିବା ସହିତ ତାଙ୍କ ଗାଡି ଓ ମୋବାଇଲକୁ ଭଙ୍ଗାରୁଜା କରିବା ଘଟଣାକୁ ନେଇ ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ବଉଳା ପକ୍ଷରୁ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ପ୍ରଦର୍ଶନ କରାଯାଉଥିବାରୁ ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଆଜି ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ବଉଳାର ସଭାପତି ପର୍ଶୁରାମ ପେଡାଙ୍କ ନେତୃତ୍ୱରେ ବିଦ୍ୟାଧର ପୁହାଣ, ନରହରି ପାତ୍ର, ଡ. ମନୋରଞ୍ଜନ ରାଉତ , ଗୋପାଳ ରାଉତ ପ୍ରମୁଖ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବାସହ ଅଧ୍ୟକ୍ଷ ଏନେଇ ଆଗରପଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ସମଗ୍ର ଅଞ୍ଚଳରେ ନୈରାଶ୍ୟ ଭାବେ ଖେଳି ଯାଇଛି ବୋଲି କହିଥିଲେ । କଲେଜଟି ବିଭିନ୍ନ ସମସ୍ୟା ଭିତରଦେଇ ଗତି କରୁଥିବାରୁ କଲେଜରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ ସେମାନେ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ବଉଳା ଯୁକ୍ତ୨ କଲେଜର ଅଧ୍ୟକ୍ଷ ଶିବଚରଣ ଖାମୁରାଇ ଗତ ୧୧ତାରିଖ ଦିନ ଦୁଇଟାବେଳେ କଲେଜରୁ ଘରକୁ ଫେରୁଥିବାବେଳେ ଆଗରପଡା ଭଦ୍ରକ ରାସ୍ତାର ମହାବୀର କ୍ରସର ନିକଟରେ ସେହି କଲେଜର ପୁର୍ବତନ ଅଧ୍ୟକ୍ଷ ସୁବାସ ନାୟକ ଅନ୍ୟ କିଛି ଯୁବକଙ୍କ ସହ ମିଶି ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ମୋବାଇଲ ଓ ଗାଡି ଭଙ୍ଗାରୁଜା କରିଥିଲେ ବୋଲି ଅଧ୍ୟକ୍ଷ ଆଗରପଡା ଥାନାରେ ଅଭିଯୋଗ କରିବାସହ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ