ବଉଳା ସରକାରୀ ନୋଡାଲ ବିଦ୍ୟାଳୟରେ ସ୍ମୃତି ଚାରଣ ସଭା

ହାଟଡିହି, (ବିକାଶ ବିଶ୍ୱାଳ) : ବଉଳା ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ୱଗତା ସବିତାରାଣୀ ଦାସଙ୍କର ସ୍ମୃତିଚାରଣ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ସଭାପତି ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ବାଙ୍ଗୋର ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ମୁଖ୍ୟ ଅତିଥି ଭାବେ ବାଙ୍ଗୋର ସିଆରସିସି ବସନ୍ତ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ଶଙ୍ଖଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ କୁମାର ଜେନା, ଶଶିଭୂଷଣ ପୁହାଣ, ରଙ୍ଗାଧର ମହୁରୀ ପ୍ରମୁଖ ଯୋଗଦେଇ ଶିକ୍ଷୟତ୍ରୀଙ୍କ ସ୍ମୃତିଚାରଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ୍ର ଚନ୍ଦ୍ର ବାରିକରଶ୍ମୀରଂଜିତା ପାଣିଗ୍ରାହୀ, ଚିତ୍ତରଞ୍ଜନ ଭୋଳ, ସ୍ୱର୍ଗତ ସବିତା ରାଣୀ ଦାସଙ୍କ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆଲୋକ ରଞ୍ଜନ ମହାପାତ୍ର, କ୍ଷେତ୍ରବାସୀ ବାରିକ, ତୁଷାର ରଞ୍ଜନ ମହାନ୍ତି, କାଲସୀ ବାନରା, ଦୁର୍ଯ୍ୟୋଧନ ତନ୍ତୀ, ସୀତା ହୋ, ଗୀତା ହୋ, ସସ୍ମିତା ଥଟାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ଥାନୀୟ ବାସିନ୍ଦା ଓ ଅନେକ ଅଭିଭାବକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ