ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଯୁବପିଢ଼ୀମାନେ ସାହିତ୍ୟ ପ୍ରତି ଆକୃଷ୍ଟ ହେବାକୁ ଆହ୍ୱାନ
ହାଟଡିହି, (ବିକାଶ ବିଶ୍ୱାଳ ) : ଅଣାଧୁନୀ ମଠ ଠାରେ ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ଆଜିର ଯୁବପିଢ଼ୀମାନେ ଯେପରି ସାହିତ୍ୟପ୍ରତି ଆକୃଷ୍ଟ ହେବେ ସେନେଇ ସାହିତ୍ୟ ରଚନା ହେବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଭାଷା ସାହିତ୍ୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅଜୟ ମିଶ୍ର ଯୋଗଦେଇ ଆମ ଭାଷା ଓ ସଂସ୍କୃତିକୁ ନେଇ ଯେଉଁ ସାହିତ୍ୟ ଓ କବିତା ସୃଷ୍ଟି ହୁଏ ତାହା ପାଠକ ମାନଙ୍କୁ ଆମୋଦିତ କରେ ବୋଲି ମତବ୍ୟକ୍ତ କରିଥିବାବେଳେ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ ଯୋଗଦେଇ ଗ୍ରାମାଞ୍ଚଳର ସାହିତ୍ୟ ହିଁ ଶ୍ରେଷ୍ଠ ସାହିତ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମାଞ୍ଚଳର ସାହିତ୍ୟ ଓ ସଂସ୍କୃତି ସାରା ଆଜି ସାରା ଭାରତବର୍ଷକୁ ପ୍ରଭାବିତ କରିପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ କବି ଡ. ଅଶୋକ ପୁହାଣ ଓ ବିଶିଷ୍ଟ ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସାହିତ୍ୟ ଓ କବିତା ଦ୍ୱାରା ପରଷ୍ପର ମଧ୍ୟରେ ସମ୍ପର୍କକୁ ବାନ୍ଧି ରଖିବାର ମାଧ୍ୟମ ହୋଇଥାଏ । ବର୍ତ୍ତମାନ ସମୟରେ କିପରି ଯୁବପିଢ଼ୀମାନେ ଓଡିଆ ଭାଷା ସାହିତ୍ୟ ପ୍ରତି ଆକୃଷ୍ଟ ହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ବରିଷ୍ଠ ସଦସ୍ୟ ରତ୍ନାକର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ସଂଯୋଜନା କରିଥିଲେ । ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଅଧ୍ୟାପକ ସୁବାସ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର “ବଉଳା’କୁ ଅତିଥିମାନେ ଲୋକର୍ପଣ କରିବାସହ ଚତୁର୍ଭଜ ପହିଙ୍କ ‘କୋରାପୁଟ ଇତିହାସ’କୁ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ କବି ପ୍ରଫୁଲ ଚକ୍ରଙ୍କୁ ବଉଳା କବିତା ସମ୍ମାନ, ନଳିନୀପ୍ରଭା ଘଡେଇଙ୍କୁ ସାହିତ୍ୟ ସଂସଦ ସମ୍ବର୍ଦ୍ଧନା, ନରହରି ରାଉତଙ୍କୁ ବରିଷ୍ଠ ସାରସ୍ୱତ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକାନ୍ତ ପଟ୍ଟନାୟକ, ନାରାୟଣ ସାହୁ, ଅନ୍ତର୍ଯ୍ୟାମୀ ରାଉତଙ୍କ ଦ୍ୱାରା ମାନପତ୍ର ପାଠ କରାଯାଇଥିଲା । ପ୍ରଥମ ଅଧିବେସନରେ ହାସ୍ୟମୟୀ ରାଜ ଓ ଦାଶରଥି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ସୁଜିତ କୁମାର ବିଶ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ମୁରଲୀଧର ବେହେରା, ଘନଶ୍ୟାମ ବୋଇତେଇ, ଗୌରାଙ୍ଗ ଚରଣ ଆୟଚ, ବନମାଳୀ ଜେନା, ଅଭୟ କୁମାର ସାମଲ, ଶଶିକାନ୍ତ ରାଉତ, ଶାରଳା ମହାପାତ୍ର, ଅକ୍ଷୟ କୁମାର ଜେନା, କିର୍ତ୍ତନ ବିହାରୀ ନାୟକ, ଚତୁର୍ଭଜ ପହି, ବୈଲୋଚନ ସାହୁ, କିଶୋର ଚନ୍ଦ୍ର ମହାନ୍ତ, ପ୍ରତିମା ସ୍ୱାଇଁ, ସୁଦାମ ଚରଣ ଜେନା, ଅଭିମନ୍ୟୁ ବସନ୍ତିଆ, ଯୋଗାଚାର୍ଯ୍ୟ ବାଇଦର ମୁନି, ଅନନ୍ତ ଦେହୁରୀ, ଦେବିକା ଖୁଣ୍ଟିଆ, ସୁରେଶ ସାହୁ, ଇନ୍ଦ୍ରମଣି ସେଠୀ, ଅଧିକାରୀ ନାୟକ, ରାମଚନ୍ଦ୍ର ଜେନା, ବାଞ୍ଛାନିଧି ସାହୁ, ଦୟାନିଧି ବ୍ରହ୍ମ, ଦିପ୍ତୀ ଦେବଦର୍ଶନୀ ସୁତାର ପ୍ରମୁଖ କବି ଓ କବୟତ୍ରୀମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତି କରିଥିଲେ । ଏଥିରେ ସରପଞ୍ଚ ଅନୁସୁୟା ସେଠୀ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସନାତନ ବେହେରା, ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସ, ପୁର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଶରତ କୁମାର ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଉତ୍ସବରେ ଆନନ୍ଦପୁର ଓ ଭଦ୍ରକ ଓ ଯାଜପୁର ଅଞ୍ଚଳର ଶତାଧିକ କବି, କବୟତ୍ରୀ ଓ ସାହିତ୍ୟିକ ମାନେ ଯୋଗ ଦେଇଥିଲେ । ହରିହର ସାମଲ, ଅନନ୍ତ ଚରଣ ମୁଦୁଲି, ପିତାମ୍ବର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।