ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୨୯ରେ 

ହାଟଡିହି, (ବିକାଶ ବିଶ୍ୱାଳ) :-ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା, ନରେନ୍ଦ୍ର ପ୍ରସାଦ ବେହେରା, ଅନ୍ତର୍ଯ୍ୟାମୀ ରାଉତ, କିଶୋର ଚନ୍ଦ୍ର ଆଚାର୍ଯ୍ୟ, ନାରାୟଣ ଚନ୍ଦ୍ର ସାହୁ, ହରିହର ସାମଲ, ରତ୍ନାକର ଦାସ ପ୍ରମୁଖ ଯୋଗଦେଇ ଆସନ୍ତା ମେ ମାସ ୨୯ତାରିଖରେ ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ସଂସଦର ମୁଖପତ୍ର ଉନ୍ମୋଚନ କରାଯିବ ବୋଲି ନିଷ୍ପତି ନେଇଥିଲେ । ପୁର୍ବବର୍ଷ ଦୁଇବର୍ଷ କରୋନା କଟକଣା ମଧ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଚଳିତବର୍ଷ ଏହାକୁ ବିଷ୍ଣୁପ୍ରୀୟା ବାଳାଶ୍ରମ ପରିସରରେ କରାଯିବା ସହିତ ଉତ୍ସବକୁ ସରଶ ସୁନ୍ଦର କରିବା ଦିଗରେ ଆଲୋଚନା କରାଯିବା ସହିତ କିପରି ଅଧିକ ସଂଖ୍ୟକ ସାହିତି୍ୟକ ଓ କବିମାନେ ଏଥିରେ ଯୋଗ ଦେବେ ସେନେଇ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ