ବଉଳା ସାହିତ୍ୟ ସଂସଦର ୩୨ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମ ଠାରେ ବଉଳା ସାହିତ୍ୟ ସଂସଦର ୩୨ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜିର ଯୁବପିଢ଼ୀମାନେ ଯେପରି ସାହିତ୍ୟ ପ୍ରତି ଆକୃଷ୍ଟ ହେବେ ସେନେଇ ସାହିତ୍ୟ ରଚନା ହେବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ  ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ ଯୋଗଦେଇ ଗ୍ରାମାଞ୍ଚଳର ସାହିତ୍ୟ ହିଁ ଶ୍ରେଷ୍ଠ ସାହିତ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମାଞ୍ଚଳର ସାହିତ୍ୟ ଓ ସଂସ୍କୃତି ସାରା ଆଜି ସାରା ଭାରତବର୍ଷକୁ ପ୍ରଭାବିତ କରିପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଆନନ୍ଦପୁର କଲେଜର ପୁର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଯୋଗଦେଇ ସାହିତ୍ୟିକ ମାନେ ଆଜିର ସମାଜକୁ ଦିଗଦର୍ଶନ ଦେବାଭଳି ସାହିତ୍ୟ ରଚନା କରିବା ଆବା୍ୟକ ବୋଲି ମତଦେଇଥିଲେ । ସମ୍ମାନୀତ ଅତିଥି ଭାବେ କବି ଡ. ଅଶୋକ ପୁହାଣ ଓ  କନକଲତା ଦାସ ପ୍ରମୁଖ ଯୋଗଦେଇ ସାହିତ୍ୟ ଓ କବିତା ପରଷ୍ପର ମଧ୍ୟରେ ସମ୍ପର୍କକୁ ବାନ୍ଧି ରଖିବାର ଏକ ମାଧ୍ୟମ ହୋଇଥାଏ । ବର୍ତ୍ତମାନ ସମୟରେ କିପରି ଯୁବପିଢ଼ୀମାନେ ଓଡିଆ ଭାଷା ସାହିତ୍ୟ ପ୍ରତି ଆକୃଷ୍ଟ ହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।  ସଂସଦର ବରିଷ୍ଠ ସଦସ୍ୟ ରତ୍ନାକର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ । ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା   ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଅଧ୍ୟାପକ ସୁବାସ ପାତ୍ର  ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର “ବଉଳା’କୁ ଅତିଥିମାନେ ଲୋକର୍ପଣ କରିବାସହ ନାରାୟଣ ସାହୁଙ୍କ ‘ସମ୍ଭାବନାର ସୂର୍ଯ୍ୟ’, ଅଭୟ କୁମାର ସାମଲଙ୍କ ‘ନୀଳ ନକ୍ସାର ଚିତ୍ରକଳ୍ପ’, ଧୂମକେତୁ ଦାସଙ୍କ ‘ନିଃସ୍ୱର ଅବସୋସ’,  ଯୋଗାଚାର୍ଯ୍ୟ ବାଇଧର ମୁନୀଙ୍କ ‘ଅଚିହ୍ନା କାହାଣୀ ଚିହ୍ନା ଚିହ୍ନା କଥା’ କୁ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ କବି ତଥା ସାହିତି୍ୟକ ନରେନ୍ଦ୍ର ପ୍ରସାଦ ବେହେରା, ନାରାୟଣ ସାହୁ, ମାଳତୀ ପଣ୍ଡା, ଇଂ ରଶ୍ମୀରଞ୍ଜନ ରାୟ ଓ ବିଦୁ୍ୟତପ୍ରଭା ଦେଓ ପ୍ରମୁଖଙ୍କୁ ସାରସ୍ୱତ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକାନ୍ତ ପଟ୍ଟନାୟକ, ମୁରଲୀଧର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ଅନ୍ତର୍ଯ୍ୟାମୀ ରାଉତ, ରତ୍ନାକର ଦାସଙ୍କ ଦ୍ୱାରା ମାନପତ୍ର ପାଠ କରାଯାଇଥିଲା ।  ପ୍ରଥମ ଅଧିବେସନରେ ହାସ୍ୟମୟୀ ରାଜଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ  କବି   ମୁରଲୀଧର ବେହେରା,  ଅଭୟ କୁମାର ସାମଲ, ଶଶିକାନ୍ତ ରାଉତ, ଶାରଳା ମହାପାତ୍ର, ଅକ୍ଷୟ କୁମାର ଜେନା, ସୁଦାମ ଚରଣ ଜେନା, ବିଶ୍ୱଜିତ ରାଉତ, ଚିନ୍ତାମଣୀ ଦାସ ପ୍ରମୁଖ କବି ଓ କବୟତ୍ରୀମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତି କରିଥିଲେ । ଏହି ବାର୍ଷିକ ଉତ୍ସବରେ ଆନନ୍ଦପୁର ଓ ଭଦ୍ରକ ଓ ଯାଜପୁର ଅଞ୍ଚଳର ଶତାଧିକ କବି, କବୟତ୍ରୀ ଓ ସାହିତ୍ୟିକ ମାନେ ଯୋଗ ଦେଇଥିଲେ । ହରିହର ସାମଲ, ଅନନ୍ତ ଚରଣ ମୁଦୁଲି ଓ ବାଳାଶ୍ରମର କର୍ମକତ୍ତା ମାନେ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ