ବକେୟା ଟଙ୍କାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଜଣେ ଗିରଫ, ୨ ଫେରାର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପରିବା ବାବଦକୁ ବକେୟା ଟଙ୍କାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା କାଳୁଆ ସାହିର ଶ୍ରୀକାନ୍ତ ପ୍ରଧାନ। ଆକ୍ରମଣ ଘଟଣାରେ ହିଞ୍ଜିଳି ପୁଲିସ ଆକ୍ରମଣକାରୀ ଜଣଙ୍କୁ ଗିରଫ କରିଥିବା ବେଳେ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୨ ଜଣ ଫେରାର ଅଛନ୍ତି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ଆଙ୍କୋରଡା ବଡସାହିର ରିଟୁ ନାହାକ (୩୭) ବୋଲି ପୁଲିସ କହିଛି।‌ ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ଅପରାହ୍ନରେ ରିଟୁ, ତାଙ୍କ ଗ୍ରାମର ଶ୍ରୀକାନ୍ତଙ୍କୁ ଫୋନ୍ କରି ବକେୟା ଟଙ୍କା ମାଗିଥିଲେ। ବକେୟା ଟଙ୍କା କିଛି ଦିନ ପରେ ଦେବାକୁ ଶ୍ରୀକାନ୍ତ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରିଟୁଙ୍କ ସମେତ ୨ ସହଯୋଗୀ ମିଶି ଶ୍ରୀକାନ୍ତଙ୍କୁ ଘରୁ ବାହାରକୁ ଆଣି ଠେଙ୍ଗା ଓ ବାଡିରେ ମରଣାନ୍ତକ ଆକ୍ରମଣ କରିଥିଲେ। ସାହି ମଧ୍ୟରେ ଲୋକେ ଜମା ହେବାରୁ ରିଟୁ ଓ ୨ ସହଯୋଗୀ ମିଶି ଶ୍ରୀକାନ୍ତଙ୍କୁ ଜୋର ଜବରଦସ୍ତ ଏକ ଗାଡିରେ ନିଜ ପରିବା ଗୋଦାମକୁ ନେଇ ପୁଣି ମାଡ ମାରିଥିଲେ।‌ କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରୁ ଆକ୍ରମଣକାରୀ ରିଟୁଙ୍କୁ ଗିରଫ କରିଥିବା ବେଳେ ୨ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୮୩୨/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ