ବକେୟା ଦରମା ଦାବିରେ ଏମବିକେ-ସିଆରପିଙ୍କ ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା) :ବିଭିନ୍ନ ଦାବିନେଇ ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ମାଷ୍ଟର ବୁକ କିପର(ଏମବିକେ) ଏବଂ କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି)ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦେଇଛନ୍ତି । ତେବେ ସଂଧ୍ୟା ସୁଦ୍ଧା ଧାରଣା ସ୍ଥଳରେ ପ୍ରଶାସନର କୌଣସି ଅଧିକାରୀ ନ ପହଞ୍ଚିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ କାର୍ଯ୍ୟରେ ସହଯୋଗ ପାଇଁ ବଡ଼ପାଳ ପଞ୍ଚାୟତରେ କାର୍ଯ୍ୟରତ ଏମବିକେ ଓ ସିଆରପିମାନେ ୧୪ ମାସ ଧରି ଦରମା ପାଇ ନଥିବା ସେମାନେ କହିଛନ୍ତି । ବକେୟା ଦରମା ପ୍ରଦାନ ଦାବିରେ ଗତବର୍ଷ ଅଗଷ୍ଟ ମାସରେ ୬ଜଣ ସିଆରପି ଓ ଜଣେ ଏମବିକେ ରେମୁଣା ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ଏହାପରେ ସେମାନଙ୍କୁ ୧୨ ମାସ ଦରମାରୁ ୧୦ ମାସ ଦରମା ପ୍ରଦାନ କରାଯାଇଥିଲା । ଏହି ଘଟଣା ପରଠାରୁ ଅଦ୍ୟାବଧି ୧୪ ମାସର ଦରମା ସେମାନଙ୍କୁ ମିଳି ନାହିଁ ବୋଲି ଧାରଣାରତ ମହିଳାମାନେ ସୂଚନା ଦେଇଛନ୍ତି । ଗତ ଏପ୍ରିଲ ମାସରେ କାର୍ଯ୍ୟକାରିଣୀ କମଟିର ସଦସ୍ୟା ଓ ଏସଏଚଜିର ସଦସ୍ୟାମାନଙ୍କ ଦ୍ୱାରା ନୂତନ ସଭାନେତ୍ରୀ ଓ ସଂପାଦିକା ଚୟନ କରାଯାଇଥିଲା । ଏହାପରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଆଧାରରେ ବ୍ୟାଙ୍କ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଏମବିକେ ଏବଂ ସିଆରପିଙ୍କର ୪ ମାସର ଦରମା ସ୍ୱୟଂ ସାହାୟକ ଗୋଷ୍ଠୀଙ୍କ ଜମାଖାତାକୁ ପଠାଇ ଦିଆଯାଇଥିଲା । ମାତ୍ର ପୂର୍ବତନ ସଭାନେତୀ ଓ ସମ୍ପାଦିକାମାନେ ବ୍ଲକ କତ୍ତପକ୍ଷ ସେହି ଆକାଉଣ୍ଟକୁ ସିଜ କରିବା ପାଇଁ ଜଣାଇଥିଲେ । ସେହିଅନୁସାରେ ସେମାନଙ୍କ ଜମାଖାତାକୁ ଜବତ କରାଯାଇଥିବା ଧାରଣାକାରୀମାନେ ଅଭିଯୋଗ କରିଥିଲେ । ଏ ଦିଗରେ ଜିଲାପାଳ ବିଚାର କରିବା ସହ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ପଦକ୍ଷେପ ଗ୍ରହଣ ପାଇଁ ସେମାନେ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ବଡ଼ପାଳ ଏମବିକେ-ସିଆରପି ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ