ବକେୟା ଦରମା ଦାବିରେ କଳା ଓ କ୍ରୀଡା ପ୍ରଶିକ୍ଷକଙ୍କ ଧାରଣା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ପାର୍ଟ ଟାଇମ କଳା ଓ କ୍ରୀଡା ପ୍ରଶିକ୍ଷକମାନେ ସେମାନଙ୍କ ବକେୟା ପାଉଣା ଦାବିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ସେମାନେ ସ୍ୱଳ୍ପ ଦରମାରେ ଆଜକୁ ୯ବର୍ଷ ହେବ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଛନ୍ତି । ସେମାନଙ୍କୁ ମାତ୍ର ପାଞ୍ଚ ହଜାର ଟଙ୍କା ଦରମା ଦିଆଯାଉଥିବାବେଳେ ଏବେ ମହଙ୍ଗା ବଜାରରେ ଏତେ କମ ଦରମାରେ ସେମାନଙ୍କ ପରିବାର ଚଳାଇବା ସମ୍ଭବପର ହେଉନି । ପେଟ୍ରୋଲ ଲିଟର ଶହେରୁ ଉର୍ଦ୍ଧ ହୋଇ ସାରିଥିବା ବେଳେ ଏହି ଶିକ୍ଷକମାନେ ଗାଡିରେ ତେଲ ପକାଇ ୧୫ରୁ ୨୦କିଲୋମିଟର ଦୁର ଯାଇ ନିୟମିତ ଶିକ୍ଷାଦାନ କରି ଆସୁଛନ୍ତି । କିନ୍ତୁ ପରିତାପର ବିଷୟ ଯେ ସେମାନଙ୍କୁ ନିୟମିତ ଦରମା ଦିଆଯାଉ ନାହିଁ । ଗତ ଅଗଷ୍ଟ ମାସ ପର୍ଯ୍ୟନ୍ତ ଦରମା ଦିଆଯାଇ ଥିବାବେଳେ ସେପ୍ଟେମ୍ବର ୨୦୨୧ରୁ ଆଜି ପର୍ଯ୍ୟନ୍ତ ଦରମା ମିଳିନାହିଁ । ସେମାନେ ଏନେଇ ବିଇଓଙ୍କୁ ବାରମ୍ବାର ସାକ୍ଷାତ କରି ଅଭିଯୋଗ କରୁଥିଲେ ବି କୌଣସି ସୁଫଳ ନମିଳିବାରୁ ଆଜି ବିଶ୍ୱନାଥ ନାୟକ, ସୁଶାନ୍ତ କୁମାର ରାଉତ, ଆଷୁତୋଷ ମହାନ୍ତି, ରଜତ କୁମାର ଭୋଇ, ପ୍ରଫୁଲ କୁମାର ପଣ୍ଡା, ସରୋଜ କୁମାର ନାୟକ, ଅମିୟ ରଞ୍ଜନ ଘଡେଇ, ଅନୁସୁୟା ଜେନା, ବସନ୍ତ କୁମାର ପୃଷ୍ଟି, ମନୋଜ କୁମାର ଜେନା, ତାପସ କୁମାର ଜେନା, ସତ୍ୟବ୍ରତ ସାହୁ, ଅନାମ ସାମଲ, ନାରାୟଣ ରାଉତ, ଦିଗାମ୍ବର କୁଅଁର, ରଞ୍ଜନ କୁମାର ପଣ୍ଡା, ଚିନ୍ମୟ ଖମାରୀ, ଆଶିଷ କୁମାର ଜେନା ପ୍ରମୁଖ ପ୍ରଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସୁରେଶ କୁମାର ଜେନା ଧାରଣାସ୍ଥଳରେ ପହଞ୍ଚି ପ୍ରଶିକ୍ଷକ ମାନଙ୍କ ସହ ଆଲୋଚନା କରି ଏକ ସପ୍ତାହ ଭିତରେ ସେମାନଙ୍କ ଦରମା ଦେବାକୁ ପ୍ରତିଶୃତି ଦେବାପରେ ସେମାନେ ଆନ୍ଦୋଳନରୁ ହଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ