ବକେୟା ଦରମା ପାଇଁ ଜିଲାପାଳଙ୍କୁ ଗ୍ରାମୀଣ ପାନୀୟଜଳ ପମ୍ପ ଚାଳକଙ୍କ ଗୁହାରୀ

ବାଲେଶ୍ୱର, (ସରୋଜ ପଣ୍ଡା) :-ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପରେ ପମ୍ପ ଡ୍ରାଇଭର ଭାବେ ଦୀର୍ଘ ୧୫ବର୍ଷ କାର୍ଯ୍ୟକରି ଦରମା ପାଇନଥିବା ରେମୁଣା ବ୍ଲକ ଅନ୍ତର୍ଗତ ପଞ୍ଚାୟତ କର୍ମଚାରୀମାନେ ଜିଲାପାଳଙ୍କଠାରେ ଫେୀରାଦ ହୋଇଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ‘ଆଛା’ର ସଭାପତି ବିସ୍ମିତ ଦାସଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତରୁ ଗଣେଶ ନାୟକ, ପବିତ୍ର ପାଣିଗ୍ରାହୀ, ପ୍ରଭାତ ଦାସ, ଅମୂଲ୍ୟ ଜେନା, ଅର୍ଜୁନ ସିଂ, ଲକ୍ଷ୍ମଣ ସିଂ, ଉମାକାନ୍ତ ଜେନା, ପଞ୍ଚାନନ ସାହୁ, ରବୀନ୍ଦ୍ର ନାଥ ମହାନ୍ତି, ରାଖାଲ ସିଂ ପ୍ରମୁଖ କର୍ମଚାରୀମାନେ ଜିଲାପାଳଙ୍କୁ ସାକ୍ଷାତ ସହ ବକେୟା ଦରମା ନ ପାଇବା ଯୋଗୁଁ ସେମାନଙ୍କ ପରିବାରର ଦୟନୀୟ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ସରକାରୀ ନିୟମାନୁସାରେ ପ୍ରତ୍ୟେକ କର୍ମଚାରୀଙ୍କର ଦୈନିକ ମଜୁରୀ ହାରରେ ଦରମା ସ୍ଥିର ହୋଇଥିଲେ ବି ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଥିବା ସେମାନେ ଆରୋପ ଉଠାଇଛନ୍ତି । ଏହାକୁ ନେଇ ସେମାନେ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ମଧ୍ୟ ଦାୟର କରିଥିଲେ । ଏହାର ବିଚାର କରି ସମସ୍ତ ପମ୍ପ ଡ୍ରାଇଭରଙ୍କୁ ସ୍ଥିରୀକୃତ ଦରମା ସହ ପ୍ରତ୍ୟେକ ମାସରେ ୪ଟି ଛୁଟି ପ୍ରଦାନ ପାଇଁ ଉଚ୍ଚ ନ୍ୟାୟାଳୟ ବ୍ଲକ କର୍ତ୍ତୃପକ୍ଷଙ୍କୁ ନର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ସତ୍ୱେ ୨୦୧୫ ମସିହାରୁ ଏପର୍ଯ୍ୟନ୍ତ ସେମାନଙ୍କ ବକେୟା ଦରମା ପ୍ରଦାନ କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କର୍ମଚାରୀମାନେ କହିଛନ୍ତି । ସେମାନଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ ପାଇଁ କର୍ମଚାରୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ