ସିକ୍ୟୁରିଟି ଗାର୍ଡ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନେ ସେମାନଙ୍କ ବକେୟା ଦରମା ପାଇବା ଦାବୀ ନେଇ ଆଜି ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଏକ ଘରୋଇ ଏସଆଇଏସ ସିକ୍ୟୁରିଟି ସଂସ୍ଥା ଅଧିନରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସିକ୍ୟୁରିଟି ମାନଙ୍କୁ ସେମାନଙ୍କ ବକେୟା ଦରମା ପ୍ରଦାନ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ପୂର୍ବରୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଆଜି କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି । ସୂଚନା ଥାଉ କି, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ୧୫ ଜଣ ପୁରୁଷ ଓ ୫ ଜଣ ମହିଳା ସିକ୍ୟୁରିଟି ଗାର୍ଡ ନିୟୋଜିତ ଅଛନ୍ତି । ସେମାନେ ସେମାନଙ୍କ ଦାୟିତ୍ୱକୁ ସୂଚାରୂ ରୂପେ ତୁଲାଉଥିବା ବେଳେ ସେମାନଙ୍କୁ ସଠିକ୍ ଭାବେ ଦରମା ପ୍ରଦାନ କରାଯାଉନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଖବର ପାଇବା ପରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଂଚି ସିକ୍ୟୁରିଟି ଗାର୍ଡ ମାନଙ୍କୁ ବୁଝାସୁଝା କରିବା ସହିତ ସଂପୃକ୍ତ ସଂସ୍ଥାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରିବା ପାଇଁ ମୌଖିକ ପ୍ରତିଶୃତି ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ସଠିକ୍ ସମୟରେ ସଠିକ୍ ଦରମା ପ୍ରଦାନ କରିବା ଦିଗରେ ଆଗାମୀ ଦିନରେ ଆଲୋଚନା କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ।