ବକେୟା ଦରମା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ଧାରଣା
ଛତ୍ରପୁର, (ଦେବଦତ୍ତ ମହାରଣା):ବକେୟା ଦରମା ପ୍ରଦାନ କରିବା ସମେତ ବିଭିନ୍ନ ଦାବି ନେଇ ଛତ୍ରପୁର ଜିଏନଇଡିର ସ୍ୱପ୍ନେଶ୍ୱର ବିଦ୍ୟୁତ ବିଲ୍ ସଂଗ୍ରହ କାରୀ ସଂଘର ପ୍ରାୟ ୨୫ ଜଣ ସଦସ୍ୟ ଗୁରୁବାର ଛତ୍ରପୁର ସ୍ଥିତ ଡାଟା ଇନଜିନିୟସ୍ ଗ୍ଲୋବାଲ ଲିମିଟେଡ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ ଗତ ୭ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସେତେବେଳେ ସେମାନଙ୍କୁ ମାସିକ ୯୯୫୧ ଟଙ୍କା ଦିଆଯିବା ନିମନ୍ତେ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ବିଦ୍ୟୁତ ବିଲ୍ ସଂଗ୍ରହ ଡାଟା ଇନଜିନିୟସ ଗ୍ଲୋବାଲ ଲିମିଟେଡ ନେବା ପରେ ସମୋନଙ୍କୁ ବିଦ୍ୟୁତ ବିଲ୍ ପିଛା ଟଙ୍କା ଦେବା ପାଇଁ ସ୍ଥିର କରିଛି । ଯାହାକୁ ବିଦ୍ୟୁତ ବିଲ୍ ସଂଗ୍ରହ କାରୀ ମାନେ ଘୋର ବିରୋଧ କରିଛନ୍ତି । ଏହା ସହ ପେଟ୍ରୋଲ ଖର୍ଚ୍ଚ ବାବଦକୁ ମାସିକ ୧୦୦୦ ଟଙ୍କା ଏବଂ ମୋବାଇଲ ରିଚାର୍ଜ ବାବଦକୁ ମାସିକ ୨୫୦ ଟଙ୍କା ଦେବା ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ସେମାନେ ପୂର୍ବରୁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଆଜି ଧାରଣାରେ ବସି ରହିଛନ୍ତି । ଏହି ଧାରଣାରେ ମନ୍ଧେକ୍ସ କୁମାର ନାୟକ,ନୀଳମାଧବ ରାଓ, କାଶି ନାଥ ବେହେରା, ଆକାଶ ଚନ୍ଦ୍ର ବିଶ୍ୱାଳ, ଅବିନାଶ ସାହ. ପ୍ରଶାନ୍ତ କୁମାର ବିଶ୍ୱାଳ, ମାନିନୀ ମାର୍ଥା, ପୂଜା ବେହେରା, ଶ୍ରୀହରି ବେହେରା, କାଳୁ ଚରଣ ସାହୁ, ଡି. ରବି କୁମାର ରେଡ୍ଡୀ, ଆଲୋକ କୁମାର ରାଉଳ ଓ ଏମ ରାଜ ଶେଖର ରେଡ୍ଡୀ ସମେତ ବହୁ ବିଦ୍ୟୁତ ବିଲ ସଂଗ୍ରହକାରୀ ମାନେ ଉପସ୍ଥିତ ଥିଲେ ।