ବକ୍ସର ପଦ୍ମଶ୍ରୀ କୌର ସିଂ ଚରିତ୍ରରେ କାନାଡ଼ିଆନ ଅଭିନେତା

କାନାଡ଼ିଆନ ଅଭିନେତା କରମ ବାଥ ବକ୍ସର ପଦ୍ମଶ୍ରୀ କୌର ସିଂଙ୍କ ଉପରେ ନିର୍ମିତ ବାୟୋପିକ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। କରମ ଏ ସମ୍ପର୍କରେ କହିଛନ୍ତି ଯେ ବଡ଼ ପରଦାରେ ଏହି ନ୍ୟାସନାଲ ହିରୋ ଚରିତ୍ରରେ କାମ କରିବା ଏତେ ସହଜ ନୁହେଁ। କରମ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ଏହି ଚରିତ୍ରରେ ଅଭିନୟ କରିବା ନେଇ ସେ ଦ୍ବନ୍ଦ୍ବରେ ଥିଲେ। କାରଣ ଏହି ଅଫ୍‌ର ଥରେ ଗ୍ରହଣ କରିବା ପରେ ଆଉ ପଛକୁ ଫେରିବାର କୌଣସି ପ୍ରଶ୍ନ ନ ଥିଲା। ଏଥିପାଇଁ ସବୁ କିଛି ଛାଡ଼ି କେବଳ ଏହି ସିନେମା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ଥିଲା। ଯାହାଫଳରେ ଏହି ଚରିତ୍ରକୁ ଭଲ ଭାବେ ନ୍ୟାୟ ଦେଇପାରିବେ ବୋଲି କରମ କହିଛନ୍ତି। ଯେତେବେଳେ ସେ ପ୍ରଥମ ଥର ପାଇଁ କୌର ସିଂଙ୍କ ସହିତ ଦେଖାହେଲେ, ସେତେବେଳେ ସେ ବହୁତ ରୋମାଞ୍ଚିତ ଥିଲେ ବୋଲି କରମ କହିଛନ୍ତି। କୌର ସିଂଙ୍କ ସହିତ ତାଙ୍କ ସାକ୍ଷାତ ସମ୍ପର୍କରେ କରମ କହିଛନ୍ତି ଯେ ସେ ବହୁତ ଉତ୍ସାହର ସହ ତାଙ୍କର ସ୍ବାଗତ କରିଥିଲେ। ଯାହାଫଳରେ ସମସ୍ତ ସଙ୍କୋଚ କିଛି ମିନିଟ୍‌ରେ ଉଭେଇ ଯାଇଥିଲା। କୌର ସିଂ ତାଙ୍କ ଚରିତ୍ରକୁ ଭଲ ଭାବେ ବୁଝିବା ଲାଗି ତାଙ୍କୁ ସହାୟତା କରିଥିଲେ। ସେ ତାଙ୍କୁ ସମସ୍ତ ଆବଶ୍ୟକୀୟ ସୂଚନା ଦେଇଥିଲେ। ବିଶେଷକରି ସେ ଯେଉଁ ଅନ୍ଦାଜରେ କଥା ହୁଅନ୍ତି, ଚାଲନ୍ତି, ରାଗନ୍ତି ଓ ବକ୍ସିଂ ଟେକ୍‌ନିକ୍‌ ଓ ଅନ୍ୟ ସମସ୍ତ ଜିନିଷ କୌର ସିଂ ତାଙ୍କୁ ବୁଝାଇଥିବା କରମ କହିଛନ୍ତି। ବର୍ଷ ୨୦୨୦ ପ୍ରାରମ୍ଭରେ ଏହି ଫିଲ୍ମ ରିଲିଜ୍‌ ହେବାର ସମ୍ଭାବନା ରହିଛି। ଯେଉଁଥିରେ ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ବିଜେତା କୌର ସିଂଙ୍କ ଜୀବନର ଅନେକ ଅଜଣା କଥା ଲୋକଲୋଚନକୁ ଆସିବ। କୌର ସିଂ ଭାରତ ପାଇଁ ୧୧ଟି ଗୋଲ୍ଡ ମେଡାଲ ଜିତି ସାରିଛନ୍ତି। ସେ ଅନ୍ୟ ଖେଳାଳିଙ୍କ ପାଇଁ ଏକ ବହୁତ ବଡ଼ ପ୍ରେରଣା ବୋଲି କରମ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ