ବକ୍ସିଂ ଚାମ୍ପିୟନସିପରେ ଟେକନିକାଲ ଅଫିସିଆଲ ଭାବେ ଶିଶିର କୁମାର ପାଣିଗ୍ରାହୀଙ୍କ ଚେନ୍ନାଇ ଯାତ୍ରା

ବ୍ରହ୍ମପୁର,(ୱାଇଏନଏସ): ଅକ୍ଟୋବର ମାସ ୧ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖରେ ସମାପ୍ତ ହେବାକୁଥିବା ଵୀଏଫଆଇ ସିୟୁପି ଅଲ୍ ଇଣ୍ଡିଆ ବକ୍ସିଂ ଚାମ୍ପିୟନସିପରେ ଟେକନିକାଲ ଅଫିସିଆଲ ଭାବେ ଯୋଗ ଦେବାପାଇଁ ଆନ୍ତର୍ଜାତୀୟ ବକ୍ସିଂ ରିଫେରୀ ତଥା ସ୍ଥାନିୟ କୋଚ୍ ଶିଶିର କୁମାର ପାଣିଗ୍ରାହୀ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ପ୍ରତିଯୋଗିତାରେ ପ୍ରାୟ ଭାରତର ସମସ୍ତ ରାଜ୍ଯ ଓ ୟୁନିଟର ପୁରୁଷ ଏବଂ ମହିଳା ବକ୍ସିଂ ଦଳ ଅଂଶ ଗ୍ରହଣ କରିବେ । ଏହି ଚାମ୍ପିଅନସିପ ବକ୍ସିଙ୍ଗ ଫେଡେରେସନ ଅଫ ଇଣ୍ଡିଆ ଏଣ୍ଡ ତାମିଲନାଡୁ ବକ୍ସିଙ୍ଗ ଆଶ୍ସୋସିଏସନର ମିଳିତ ଆନୁକୁଲ୍ୟରେରେ ତାମିଲନାଡୁ ରାଜ୍ୟର ଭିଆଇଟି ଚେନ୍ନାଇ ସହର ସ୍ଥିତ ମହାତ୍ମାଗାନ୍ଧୀ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ ବୋଲି କେ ପ୍ରଭାକର ରାଓ ଜଣାଇଛନ୍ତି, ଆଶିର୍ବାଦ ବେହେରା, ଅଭିଜିତ ପାଲ, ଅଶୋକ କୁମାର ସାହୁ, ରାଜ୍ୟ ବକ୍ସି ସମ୍ପାଦକ ଅନିଲ ବହିଦାର, ରାଜ୍ଯ ବକ୍ସିଂ ସଭାପତି ରଘୁନନ୍ଦନ ପାଢୀ, ରବିଶଙ୍କର ପ୍ରତିହାରି, କେ. ପ୍ରଭାକର ରାଓ, ଅଞ୍ଜନ ଦାସ, ବିଜୟ ଦାସ, ବାବୁ ପାତ୍ର, ଶିବରାମ ପାତ୍ର, ଏସ କେ ନାୟକ, ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର ଓ କ୍ରୀଡାବି ଆଦି ଶୁଭେଚ୍ଛା ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ