ବକ୍ସିଂ ଡେ ଟେଷ୍ଟ୍, ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

ମେଲବର୍ନ- ଅଷ୍ଟ୍ରେଲିଆ ରବିବାର ବକ୍ସିଂ ଡେ’ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡ୍କୁ ୨୪୭ ରନ୍ ରେ ପରାସ୍ତ କରିଛି। ତା ସହିତ ସହିତ ୩ ମ୍ୟାଚ୍ ଶୃଙ୍ଖଳାକୁ କଙ୍ଗାରୁ ଦଳ ଆଗୁଆ ୨-୦ରେ ଜିତି ନେଇଛି। ଟମ୍ ବ୍ଲଣ୍ଡେଲ୍ (୧୨୧) ଲଢ଼ୁଆ ଶତକ ହାସଲ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ବଞ୍ଚାଇ ପାରିନଥିଲା। ରବିବାର ସକାଳେ ଅଷ୍ଟ୍ରେଲିଆ ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୧୩୭/୪ରୁ ଖେଳି ୧୬୮/୫ରେ ଘୋଷଣା କରିଥିଲା। ଟ୍ରାଭିସ୍ ହେଡ୍ (୨୮)ଙ୍କୁ ନିଲ୍ ୱାଗ୍ନର୍ ବୋଲଡ୍ କରିଦେବା ମାତ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ପାଳି ସମାପ୍ତି ସଙ୍କେତ ଦେଇଥିଲେ। ଫଳରେ ନ୍ୟୁଜିଲାଣ୍ଡ୍ ସମ୍ମୁଖରେ ୪୮୮ ରନ୍ ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧ।ର୍ଯ୍ୟ ଦେଇଥିଲା। ସୂଚନାଥାଉକି ତୃତୀୟ ଟେଷ୍ଟ୍ ସିଡନିରେ ଜାନୁଆରି ୩ ତାରିଖରୁ ଖେଳାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ